କୋରାପୁଟ ଟାଉନହଲ ପରିସରରେ ମ୍ୟୁନସିପାଲଟିର ଷ୍ଟୋରରୁମ !

କୋରାପୁଟ ;ତା୧୧-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ସଭାସମିତି କରିବାକୁ ସେପରି ଗୃହଟିଏ ନ ଥିଲା ତେଣୁ ସହରବାସୀଙ୍କ ଦାବି ମୁତାବକ ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସଙ୍କ ଚେଷ୍ଟାରେ ସେତେବେଳର ବିଜ୍ଞାପିତ ଅଂଚଳ ପରିଷଦ କଳାନିକେତନ ପଛପଟେ ଥିବା ଜମିରେ ସଭାଗୃହ ନିର୍ମାଣ କଲେ ଓ ଟାଉନହଲ ନାମକରଣ କରାଯାଇଥିଲା
କୋରାପୁଟ ମ୍ୟୁନସିପାଲଟିର ପୁରୁଣା ସାମଗ୍ରୀ ସବୁ ଏବେ ଟାଉନହଲ ଗେଟ ପାଶ୍ୱଓ ପାଚେରୀ ପାଖରେ ରଖାଯାଇଥିବା ନଜର କରାଯାଇଛି ।ଏକ ପୁରୁଣା ଜିପ , ୨ଟି ପାନୀୟ ଜଳ ଗାଡି , ମଇଲା ଉଠାଇବା ୨ ଟି ଗାଡି ଓ ଅନେକ ଲୁହା ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଥିଲା ।ଏଗୁଡିକ ରହିବାଦ୍ୱାରା ଟାଉନହଲର ରହିଥିବା ସୈାନ୍ଦର୍ଯ୍ୟ ହ୍ରାସ ପାଉ ନାହିଁ ତ !ପୁରୁଣା ସାମାଗ୍ରୀଗୁଡିକ ଅକ୍ସନ ନ କରି କଣ ପାଇଁ କର୍ତୂପକ୍ଷ ପକେଇ ରଖିଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନ ହେଉଛି ।ବାହାଘର ନିମନ୍ତେ ୪ ହଜାର ଟଙ୍କା ଓ ସଭା ପାଇଁ ୧୫୦୦ ଟଙ୍କା କର୍ତୂପକ୍ଷ ନେଉଥିବା ବେଳେ ତୁରନ୍ତ ପୁରୁଣା ସାମଗ୍ରୀଗୁଡିକ ଟାଉନହଲରୁ ଉଠେଇବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *