Home କୋରାପୁଟ କୋରାପୁଟ ଜେଲର କଏଦୀମାନଙ୍କୁ ନୈତିକତାର ଶିକ୍ଷା ପ୍ରଦାନ ; ପ୍ରତିଶୋଧ ନେବା ପରିବର୍ତେ ନିଜକୁ ପରିବର୍ତ୍ତନ...

କୋରାପୁଟ ଜେଲର କଏଦୀମାନଙ୍କୁ ନୈତିକତାର ଶିକ୍ଷା ପ୍ରଦାନ ; ପ୍ରତିଶୋଧ ନେବା ପରିବର୍ତେ ନିଜକୁ ପରିବର୍ତ୍ତନ କରିଦିଏ

116

କୋରାପୁଟ ; ତା୨୨-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କାରାଗୃହରେ ନିଜକୁ ପରିବର୍ତ୍ତନ କରିବାର ପ୍ରବୃତି ରଖିବାକୁ ପଡିବ।ଅନ୍ୟଠାରୁ ପ୍ରତିଶୋଧ ନେବା ବଦଳରେ ନିଜକୁ ପରିବର୍ତ୍ତନ କର।ପ୍ରତିଶୋଧ ନେବା ଦ୍ୱାରା ସମସ୍ୟା ବଢିଯାଇଥାଏ ବୋଲି ମାଉଣ୍ଡଆବୁର ଆସିଥିବା ବ୍ରହ୍ମକୁମାର ଭଗବାବ ଭାଇ କୋରାପୁଟ ଜେଲର କଏଦୀମାନଙ୍କୁ ନୈତିକତାର ଶିକ୍ଷା ପ୍ରଦାନ ବେଳେ ଉପରୋକ୍ତ ପରାମର୍ଶ ପ୍ରଦାନ କରିଥିଲେ।ଆମେ ଯେପରି କର୍ମ କରିଥାଆନ୍ତି ସେହିନୁସାରେ ଆମକୁ ପଳ ଭୋଗ କରିବାକୁ ପଡିଥାଏ।ଏହି କଥା ସବୁ ଭୂଲିଯାଉଥିବାରୁ ଆମଦ୍ୱାରାଭୂଲ ହେଉଛି।ତେଣୂ ଅମେ ଜିବନରେ ଆଧ୍ୟାତ୍ମିକ ଜ୍ଞାନକୁ ମହତ୍ୱ ଦେଲେ ଭବିଷ୍ୟତରେ ଏପରି ଭୂଲ ହେବ ନାହିଁ ବୋଲି ବ୍ରହ୍ମାକୁମାରୀ ରାଜଯୋଗ ସେବାକେନ୍ଦ୍ରର ବ୍ରହ୍ମାକୁମାରୀ ସୂର୍ଣ୍ଣ ଭଉଣୀ ପ୍ରକାଶ କରିଥିଲେ।ଏହି ବୈଠକରେ ଜେଲର ଲଲାଟେନ୍ଦୁ ଭୁଷଣ ଦାଶ ଧନ୍ୟବାଦ ଅର୍ପନ କରିଥିବା ବେଳେ ସହକାରୀ ଜେଲର ଇନ୍ଦ୍ରଜିତ ବିଶ୍ୱାଲ, ବ୍ରହ୍ମକୁମାର କପିଳେନ୍ଦ୍ର ଓ ବୀରପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.