କୋରାପୁଟ ଜିଲ୍ଲା ମିଶନଶକ୍ତି କର୍ମଚାରୀ ସଂଘର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୬-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ମିଶନଶକ୍ତି କର୍ମଚାରୀ ସଂଘର କର୍ମକର୍ତାମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସଂଘର ସଭାପତି ଭି .ସମ୍ବା ମୂର୍ତି ଆଚାରୀଙ୍କ ନେତୃତ୍ୟରେ ଉପସଭାପତି ବିଜୟ ଚନ୍ଦ୍ର ନାୟକ ,ସଂପାଦକ ଉମେଶ କୁମାର ଶବର , ଯୁଗ୍ମ-ସଂପାଦକ ଆଇ.ସରୋଜ କୁମାର ଦାସ ,ଡି-ମାସ ସଭାନେତ୍ରୀ ଲକ୍ଷ୍ମି ଗାଦବା , ସଂପାଦିକା ପ୍ରମିଳା ସଗରିଆ , ଫେଡେରେସନ ନେତ୍ରୀ ଶୈଳବାଳା ଦାସ ଓ ଗୀତାଞଳି ପାଣି ପ୍ରମୁଖଙ୍କ ସହ ଫେଡେରେସନର ୧ ହଜାର ମହିଳା ଓ କର୍ମଚାରୀ ଜଗନ୍ନାଥ ମନ୍ଦିରଠାରୁ ସହର ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ସରକାର ନୂତନ ବିଜ୍ଞପ୍ତିରେ କୋରାପୁଟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେବାକୁ ଦାବି କରିଥିଲେ ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଦାବିପତ୍ର ଗ୍ରହଣ କରିଥିଲେ ।କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର ଓ ପୂର୍ବତନ ବିଧାୟକ ନିମାଁଇ ସରକାର ଆନେ୍ଦାଳନରେ ଯୋଗଦେଇଥିଲେ ଓ ଦାବି ଗୁଡାକ ଯଥାର୍ଥ ବୋଲି ଦର୍ଶାଇଥିଲେ ।
ନୂତନ ବିଜ୍ଞପ୍ତି ଅନୁସାରେ କୋରାପୁଟରେ କାର୍ଯ୍ୟରତ ବିଆରପି , ଏମପିଡବ୍ଲୁ , କମ୍ୟୁନିଟି ସଂଗଠକ ବାଦ ପଡିବେ ।ତେଣୁ ସରକାର କୋରାପୁଟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଥଇଥାନ କରିବାକୁ ଦାବି ରହିଥିବା ସଭାପତି ଭି.ସମ୍ବା ମୂର୍ତି ଆଚାରୀ ପ୍ରକାଶ କରିଥିଲେ ।ନୂତନ ବିଜ୍ଞପ୍ତି ଅନୁସାରେ ବିଆରପି ପଦବୀ ନିମନ୍ତେ ଜଣେ ପ୍ରାର୍ଥିଙ୍କ ଶିକ୍ଷାଗତ ଯୋଗ୍ୟତା ପିଜି ଓ ବୟସ ୪୦ ବର୍ଷ ହୋଇଥିବ ବୋଲି ଦର୍ଶାଯାଇଛି ।୯ ବର୍ଷ ତଳେ ଆମ୍ଭେ ଚାକିରୀ କରିଥିଲୁ ସ୍ୱଳ୍ପ ବେତନ ଯୋଗୁଁ ଉଚ୍ଚ ଶିକ୍ଷା କରିପାରିଲୁ ନାହିଁ ଓ ବୟସ ମଧ୍ୟ ୪୦ରୁ ଉର୍ଦ୍ଧ ହୋଇଗଲାଣି ତେଣୁ ବିଆରପିମାନେ ବାଦ ପଡିବେ । ଏମପିଡବ୍ଲୁ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ଓ ବୟସ ୩୫ ବର୍ଷ ରଖାଯାଇଛି ।ସେତେବେଳେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ କରିଥିବା ପ୍ରାର୍ଥିମାନେ ଏମପିଡବ୍ଲୁରେ ନିଯୁକ୍ତ ହୋଇଥିଲେ ।ଏବେ ସେମାନଙ୍କର ବୟସ ୪୦ରୁ ଉର୍ଦ୍ଧ ହୋଇଗଲାଣି ତେଣୁ ସେମାନେ ମଧ୍ୟ ବାଦ ପଡିବେ ବୋଲି ସେ ପ୍ରକାଶ କରିଥିଲେ । ବିଜ୍ଞପ୍ତିରେ କମ୍ୟୁନିଟି ସଂଗଠକର ନାଁ ନାହିଁ ବୋଲି ସେ ପ୍ରକାଶ କରିଥିଲେ ।ତେଣୁ ରାଜ୍ୟ ସରକାର ନୂତନ ବିଜ୍ଞପ୍ତିରେ କୋରାପୁଟ ଜିଲ୍ଲାରେ କାର୍ଯ୍ୟାରତ ବିଆରପି ଓ ଏମପିଡବ୍ଲୁ ମାନଙ୍କ ପଦବୀ ସଂରକ୍ଷିତ ରଖିବା ସହିତ କମ୍ୟୁନିଟି ସଂଗଠକମାନଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ଦାବି କରିଥିଲେ ।୨୨ତାରିଖ ସୁଦ୍ଧା ସରକାର ଯଦି ଦାବି ପୂରଣ ନ କରିବେ ତେବେ କର୍ମଚାରୀମାନଙ୍କ ସହ ଫେଡେରେସନର ମହିଳାମାନେ ଜଳତ୍ୟାଗ କରିବୁ ବୋଲି ସେ ଚେତାବନୀ ଦେଇଥିଲେ ।ଜିବିକା ନାହିଁ ତ ଜିବନ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି ସେ ପ୍ରକାଶ କରିଥିଲେ ।ଆସନ୍ତା ୧୮ ତାରିଖରେ ଭୁବନେଶ୍ୱରରେ ଧାରଣା ଦିଆଯିବ ଓ ଦାବି ପୂରଣ ନ ହେଲେ ନିଆଁ ଜଳିବ ବୋଲି ସଭ୍ୟା ସଂଯୁକ୍ତା ମହାନ୍ତି ଚେତାବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *