କୋରାପୁଟ

କୋରାପୁଟ ଜିଲ୍ଲା ବିଜେଡିର ଗୃହ ଓ ଭୋଟର ପଞିକରଣ ପ୍ରଶିକ୍ଷଣ ଶିବିର

କୋରାପସ୍ୱଙ୍କ ; ତା୨୬-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ଆଲିସାନ ହୋଟେଲ ସଭାଗୃହଠାରେ ଜିଲ୍ଲା ବିଜେଡିର ଗୃହ ଓ ଭୋଟର ପଞିକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ବିଜେଡିର ସଭାପତି ତଥା ସାଂସଦ ଝିନ୍ନ ହିକକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଆଚାର୍ଯ୍ୟ ଯୋଗଦେଇ ଉପସ୍ଥିତ ନେତାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।ଏହି ଶିବିରରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ , ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ , ପୂର୍ବତନ ବିଧାୟକ ରଘୁରାମ ପଡାଲ , ସ୍ୱାତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ କମୁଲୁ ଜାନି , ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି , କ୍ରୀଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗୀ , ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ , ରଘୁରାମ ମାଛ ପ୍ରମୁଖ ଉପସ୍ଥିତ ଥିଲେ ।ମାଥିଲିର ପର୍ଯ୍ୟବେକ୍ଷକ ବୁଲୁ ଗୈାଡ ଯୋଗଦେଇ ଓାର୍ଡ ସଦସ୍ୟମାନଙ୍କ ରହିଥିବା ଅସୁବିଧା ସଂପର୍କରେ ଆଲୋକପାତ କରିଥିଲେ ।ସୁନେବଡା ପୈାରାଂଚଳର କାଉନସିଲର ମିନତି ମିଶ୍ର ସୁନାବେଡାରେ ବିକାଶ କାର୍ଯ୍ୟ କରିବା ବେଳେ ରହିଥିବା ସମସ୍୍ୟା ସଂପର୍କରେ ପ୍ରକାଶ କରିଥିଲେ ।ଏହି ଶିବିରରେ ପ୍ରଶାନ୍ତ ମହାନ୍ତି , ପୂର୍ବତନ ଜିଲ୍ଲାପରିଷଦ ସଭାପତି ମାଳତି ମାଝି , କାଉନସିଲର ରାମଚନ୍ଦ୍ର ମାଝି , ଅମ୍ବିକା ଷଣ୍ଢ , ମାନୋଜ କୁମାର ପଣ୍ଡା , ବିଜେଡି ଜିଲ୍ଲା ଉପସଭାପତି ତ୍ରୀପୁରାରୀ ଗରଡା ,ସଂପାଦକ ଉକôଳ ରଂଜନ ନାୟକ , ଅଶ୍ୱିନି ସାହୁ , ନଗର ସବାପତି ଅଶୋକ କୁମାର ଷଣ୍ଢ , ଅକ୍ଷୟ କୁମାର ମହାନ୍ତି , ପି.ଜାନି , ତ୍ରୀନାଥ ପାତିକା , ଲଲାଟ ରଂଜନ ସେଠୀ , ତ୍ରୀନାଥ ପାତ୍ର , ଓକିଲ ଜୟନ୍ତ ମିଶ୍ର , ବିଦ୍ୟାଧର ସାହୁ , ଏସ.ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟ /ସଭ୍ୟା , କାଉନସିଲର , ଓାର୍ଡ ସଦସ୍ୟମାନେ ଯୋଗଦେଇଥିଲେ । ଓାର୍ଡ କମିଟିର ପ୍ରତ୍ୟେକ ସଦସ୍ୟ ୧୦ ଜଣ ଭୋଟରଙ୍କୁ ମିଶି ସେମାନଙ୍କର ରହିଥିବା ସମସ୍୍ୟା ସଂପର୍କରେ ବୁଝି ସମାଧାନ କିପରି କରିବେ ତାହା ଉପରେ ତାଲିମ ଦିଆଯାଇଥିଲା ବୋଲି ଜିଲ୍ଲା ବିଜେଡି ସଭାପତି ଜିନ୍ନ ହିକକା ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top