କୋରାପୁଟ ଜିଲ୍ଲା ଗାଁ ସାଥି ସଂଘର ଧାରଣା ଓ ଦାବି ପତ୍ର ପ୍ରଦାନ

କୋରାପୁଟ ; ତା୧୭-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ଗାଁ ସାଥି ସଂଘର କର୍ମକର୍ତାମାନେ ୧୨ ଦଫା ଦାବିନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।ଜିଲ୍ଲା ସଂଯୋଜକ ରାମକୃଷ୍ଣ ହରିଜନଙ୍କ ନେତୃତ୍ୟରେ ଲକ୍ଷ୍ଣଣ ନାୟକ ,ଲବ କିଶୋର ଖେମୁଣ୍ଡୁ , ପୂର୍ଣ୍ଣ ହରିଜନ , ଗଣେଷ ଚନ୍ଦ୍ର ନାୟକ , ଡମ୍ବୁରୁ ଗୈାଡ ପ୍ରମୁଖଙ୍କ ସହ ଶତାଧିକ ସଭ୍ୟସଭ୍ୟାମାନେ ଟ୍ରଫିକଛକଠାରୁ ସହର ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ଓ ପଂଚାୟତରାଜ ମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ।ସହାୟକ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଦାବିପତ୍ର ଗ୍ରହଣ କରିଥିଲେ ।୧୨ ଦଫା ଦାବି ମଧ୍ୟରେ ଗାଁ ସାଥିମାନଙ୍କୁ ସ୍ଥାୟୀ ଚାକିରୀ ପ୍ରଦାନ କରିବା ସହ ମାସିକ ୬ ହଜାର ଟଙ୍କା ପ୍ରଦାନ କରିବା ପ୍ରମୁଖ ଦାବି ରହିଥିବା ସଂଯୋଜକ ରାମକୃଷ୍ଣ ହରିଜନ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *