କୋରାପୁଟ

କୋରାପୁଟ ଜିଲ୍ଲା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନାଚକ୍ର 

କୋରାପୁଟ ; ତା୦୪-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ସ୍ଥାନୀୟ ଦକ୍ଷତାବୃଦ୍ଧି ତାଲିମ ସଭାଗୃହଠାରେ ଆୟୋଜିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ଜଗନ୍ନାଥ ସୋରେନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ଜନସ୍ୱାସ୍ଥ୍ୟ) ଡାକ୍ତର ଅରୁଣ କୁମାର ପାଢୀ ,ରାଜ୍ୟ ଜନଜାତି ବିଭାଗର ସୁଶାନ୍ତ କୁମାର ପଣ୍ଡା ,ମିଳିତ ଜନସଂଖ୍ୟା ପାଣ୍ଠିର ଓଡିଶା ରାଜ୍ୟ ପ୍ରୋଗ୍ରାମ ଅଧିକାରୀ କୁମାର ମନିଷ ଯୋଗଦେଇଥିଲେ ।ଶିଶୁମାନଙ୍କର ସୁରକ୍ଷା ଓ ନିରାପତା ବିଷୟରେ ଆଲୋଚନା କରାଯାଇଥିବା ବେଳେ ଶିଶୁ ସୁରକ୍ଷା ନିୟାମବଳୀ ଓଦଣ୍ଡବିଧାନ ଉପରେ ବିଶେଷ ଆଲୋଚନା କରାଯାଇ ଉପସ୍ଥିତ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ବିଶେଷ ଧ୍ୟାନ ଦେବାକୁ କୁହାଯାଇଥିଲା ।ଅପପୃଷ୍ଟି ଭୋଗୁଥିବା ପିଲାମାନଙ୍କୁ କିପରି ପୁଷ୍ଟିସାଧାନ କରାଯିବ ସେ ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ ।ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top