କୋରାପୁଟ ଜିଲ୍ଲାର ୯୫ ଜଣ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ

କୋରାପୁଟ ; ତା୦୯-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ୯୫ ଜଣ ସାମ୍ବାଦିକଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ କରାଯାଇଛି।ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆୟୋଜିତ ଉତ୍ସବରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଡ ପ୍ରଦାନ କରିଥିଲେ।କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରେଲବାଇ ପାସ ପ୍ରଦାନ କରିବାକୁ କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ଦାବି କରିଥିଲେ।ରାଜ୍ୟ ସରକାର ସାମ୍ବାଦିକଙ୍କ ନିମନ୍ତେ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଥିବାରୁ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ରଂଜନ କୁମାର ଦାସ ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସାମ୍ବାଦିକମାନଙ୍କ ନିମନ୍ତେ ପେନସନ ଲାଗୁ କରିବା ନିମନ୍ତେ ସେ ପ୍ରସ୍ତାବ ରଖିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ଅନେକ ସାମ୍ବାଦିକଙ୍କୁ କାର୍ଡ ମିଳି ନ ଥିବାରୁ ତରୁନ୍ତ ଏହାର ସମାଧାନ କରି କାର୍ଡ ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ନିର୍ଦ୍ଦେଶ ଦେଇଥିଲେ।କାର୍ଡରେ କେତେକଙ୍କ ନାମ ଓ ବୟସ ଭୁଲ ରହିଥିବା ଦେଖିବାକୁ ମିଳିଥିଲେ।ଏ ବାବଦରେ ଲିଖିତ ଆବେଦନ କଲେ ସମାଧାନ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ରାୟଗୁରୁ ପ୍ରକାଶ କରିଥିଲେ।ଏହି ପ୍ରଦାନ ଉତ୍ସବରେ ସାମ୍ବାଦିକ ପତି ତପାବନ ସାହୁ, ରମେଶ ସାହୁ, ପଦ୍ମନାଭ ହୋତା, ରାଜେନ୍ଦ୍ର ଗୈାଡ, ପି.ଗୋରୀଶଙ୍କର, ପରମେଶ୍ୱର ସାହୁ, ପି.ଗୋବିନ୍ଦାରାଜୁ ସୁବୁଦ୍ଧି, ଶରତ ନାୟକ, ପ୍ରମୋଦ ଜେନା, ଅନିଲ ସୁବୁଦ୍ଧି, ଭୁଷିତ ବିଡିକା, ଘନଶ୍ୟାମ ରଥ, ଅମିତାଭ ବେହେରା, ଏସ.ନନ୍ଦ, ରଂଜନ କୁମାର ଦାସ ପ୍ରମୁଖଙ୍କ ସହ ଅନେକ ସାମ୍ବାଦିକ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *