କୋରାପୁଟ

କୋରାପୁଟ ଜିଲ୍ଲାର ସମୀକ୍ଷା କଲେ ଖାଦ୍ୟ କମିଶନର

କୋରାପୁଟ ୨୯-୦୬-୧୮(ଓଡିଆ ପୁଅ/ରଞ୍ଜନ କୁମାର ଦାସ)ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟହାଉସଠାରେ କୋରାପୁଟ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ଜଙ୍ଗଳ ଜମି ଅଧିକାର, ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ମହତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସଂପର୍କରେ ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଏଡିଏମ ସୁଜାତା ମିଶ୍ର, କୋରାପୁଟ ବନଖଣ୍ଡ ଅଧିକାରୀ ପି .ପୂର୍ଣ୍ଣିମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବନ କୁମାର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ତୁଲାରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜିଲ୍ଲାରେ ଅନେକ ଅଯୋଗ୍ୟ ବ୍ୟକ୍ତି ସାମିଲ ହୋଇଥିବା ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ପ୍ରକାଶ କରିଥିଲେ। ୨୦୧୧ ଜନଗଣନା ଅନୁସାରେ ୮୬ ପ୍ରତିଶତ ହିତାଧିକାରୀ ଖାଦ୍ୟ କାର୍ଡ ପାଇବା କଥା କିନ୍ତୁ ଏଟାରେ ୯୦ ପ୍ରତିଶତ ହିତାଧିକାରୀ ପାଇଛନ୍ତି ବୋଲି ସେ ସୂଚନା ଦେଇଥିଲେ। ୨୦୧୬ ମସିହାରେ ଅଯୋଗ୍ୟ ବ୍ୟକ୍ତିମାନଙ୍କର ନାମ ବାଦ ଦେବା କାମ ଆରମ୍ଭ ହୋଇଥିଲା କିନ୍ତୁ ତାହା ଏବେ ୟୁ ଟର୍ଣ୍ଣ ହୋଇ ବନ୍ଦ ହୋଇଯାଇଥିବା ସେ ପ୍ରକାଶ କରିଥିଲେ। ହିତାଧିକାରୀମାନେ ଅଶିକ୍ଷିତ ଥିବାରୁ ଓ ନିୟମ ବିଷୟରେ ଅଜ୍ଞ ଥିବାରୁ ଫର୍ମ ପୂରଣ କରି ପାରୁ ନ ଥିବା ସେ ପ୍ରକାଶ କରିଥିଲେ। ଜଙ୍ଗଳ ଜମି ଅଧିକାର ଆଇନ ୧୧ ବର୍ଷ ହେଲା କାର୍ଯ୍ୟକାରୀ ହେଲାଣି କିନ୍ତୁ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ କାର୍ଯ୍ୟ ଅସମାପ୍ତ ହୋଇ ରହିଛି ବୋଲି ସେ ସୂଚନା ଦେଇଥିଲେ। ଜଙ୍ଗଳ ଜମି ଟାଇଟଲ ପାଇଥିବା ହିତାଧିକାରୀମାନଙ୍କ ଜମି ତୁରନ୍ତ ଚିହ୍ନଟ କରାଗଲେ ଓ ଆରଓଆର ଏବଂ ମ୍ୟାପ ଦିଆଗଲା ପରେ ସେହି ଜମିରେ ହିତାଧିକାରୀମାନେ ଏମନାରେଗାରେ ଜମି ମରାମତି, ଚେକଡ୍ୟାମ କରିପାରିବେ ବୋଲି ସେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top