କୋରାପୁଟ

କୋରାପୁଟ ଜିଲ୍ଲାରେ ଆଳୁ ଚାଷ କରିବାକୁ ଚାଷୀମାନଙ୍କର ଆଗ୍ରହ କମି କମି ଯାଉଛି

କୋରାପୁଟ ; ତା୨୯-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ସେମିଲିଗୁଡା , ପଟ୍ଟାଙ୍ଗୀ , ନନ୍ଦପୁର , ଲମତାପୁଟ ,ଲକ୍ଷ୍ମିପୁର , ଜୟପୁର ଅଂଚଳରେ ୫ ହଜାର ହେକ୍ଟରରେ ଚାଷୀମାନେ ଆଳୁ ଚାଷ କରୁଥିଲେ ।କିନ୍ତୁ ବର୍ତମାନ ତାହା ହ୍ରାସ ପାଇ ୧୪୦୦ ହେକ୍ଟରରେ ପହଂଚିଥିବା କୋରାପୁଟ ଉଦ୍ୟାନ ଉପନିଦେ୍ର୍ଦଶକ ଶଙ୍କର୍ଷଣ ରାଉତ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାରେ ଉତ୍ପାଦିତ ଆଳୁର ବଜାର ନ ଥିବା ,ଗୁଣାତ୍ମକ ବିହନର ଅଭାବ ଓ ସରକାରଙ୍କ ଦ୍ୱାରା ପ୍ରଦତ ଆଳୁ ବିହନର ମୁଲ୍ୟ ଅଧିକା ରହିଥିବା ହେତୁ ଚାଷୀମାନେ ଆଳୁ ଚାଷ କରିବାକୁ ଇଛା ପ୍ରକାଶ କରୁ ନ ଥିବା ସେ ସୂଚନା ଦେଇଛନ୍ତି ।ଓଡିଶାରେ ଆଳୁ ବିହନ ବାହାରୁ ନ ଥିବାରୁ ପଞାବ ରାଜ୍ୟର ଜଳନ୍ଧରରୁ ଆଳୁ ବିହନ ଆସୁଥିବାରୁ ମୁଲ୍ୟ ଅଧିକା ପଡୁଥିବା ସେ ପ୍ରକାଶ କରିଥିଲେ ।ଏହିସବୁ କାରଣରୁ ଜିଲ୍ଲାରେ ଆଳୁ ଚାଷ କରିବାକୁ ଚାଷୀମାନେ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ଆଳୁଚାଷ ହ୍ରାସ ପାଉଥିବା ଜଣାପଡିଛି ।ଆଳୁ ମିଶନ ଆନୁକୁଲ୍ୟରେ ଆମ୍ବାଗୁଡାଠାରେ ୫ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏକ ଶୀତଳ ଭଣ୍ଡାର ମାର୍ଚ୍ଚ ୯ ତାରିଖରେ ଉଦଘାଟିତ ହୋଇଥିବା ଶ୍ରୀ ରାଉତ ସୂଚନା ଦେଇଥିଲେ ।ଜାତୀୟ ଉଦ୍ୟାନ ମିଶନ ଆନୁକୁଲ୍ୟରେ ସୁନାବେଡାଠାରେ ୫ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଆଉ ଏକ ଶିତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଚାଲୁଥିବା ସେ ପ୍ରକାଶ କରିଥିଲେ ।ଚାଷୀମାନେ ବାହାର ବ୍ୟବସାୟୀମାନଙ୍କଠାରୁ ଆଳୁ ବିହନ କ୍ରୟ କରି ଚାଷ କରିବା ପରେ ଉତ୍ପାଦିତ ଆଳୁ ସେହି ବ୍ୟବସାୟୀମାନଙ୍କୁ ଅତି କମ ମୁଲ୍ୟରେ ବିକ୍ରୀ କରିଥୁବା ବେଳେ କୋରାପୁଟ ବଜାରରେ ଜିଲ୍ଲାର ଉତ୍ପାଦିତ ଆଳୁ ବିକ୍ରୀ ହୋଇପାରୁ ନ ଥିବା ଜଣାପଡିଛି ।ଯଦ୍ୱାରା ବଜାରରେ ଆଳୁର ମୁଲ୍ୟ ଦିନ ଦିନକୁ ବୃଦ୍ଧି ପାଇବାରେ ଲାଗୁଛି ।ରାଜ୍ୟ ସରକାର ଆଳୁର ମୁଲ୍ୟ ଉପରେ ନିୟତ୍ରଣ ନ ରଖିଲେ ଆଳୁ ମୁଲ୍ୟ ବୃଦ୍ଧି ପାଇବ ଓଲୋକମାନେ ହନ୍ତସନ୍ତ ହେବେ ବୋଲି ଆଶଙ୍କା ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top