କୋରାପୁଟ ଜିଲା ବିଜେଡି ସଭାପତି ହେଲେ ଈଶ୍ୱରପାଣିଗ୍ରାହୀ

କୋରାପୁଟ ;ଗ୍ଧବ୨୨-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଇଂ.ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ କୋରାପୁଟ ଜିଲା ବିଜେଡି ସଭାପତି ଭାବେ ମନୋନୀତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ୯୦ ଦଶକରୁ ଶ୍ରୀ ପାଣିଗ୍ରାହୀ ଜନତା ଦଳରୁ ରାଜନୀତି ଆରମ୍ଭ କରି ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି। ସେ ଦଳର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରି ଆସୁଥିବାବେଳେ କିଛି ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଈଶ୍ୱର ପାଣିଗ୍ରାହୀଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତି କରିଥିଲେ। କୋରାପୁଟ ଜିଲା ବିଜେଡି ସଭାପତି ଥିବା ସାଂସଦ ଝିନ୍ନ ହିକକା ରାଜ୍ୟ ଆଦିବାସୀ ସେଲର ଉପ-ସଭାପତି ହେବା ପରେ ଜଣେ ବ୍ୟକ୍ତି ଗୋଟଏ ପଦବୀ ନୀତିରେ ହିକକାଙ୍କ ସ୍ଥାନରେ ଶ୍ରୀ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦିଆ ଯାଇଥିବା କୁହା ଯାଉଛି। କୋରାପୁଟ ଜିଲ୍ଲାରେ ବିଜେଡିକୁ ସୁଦୃଢ କରାଯିବା ସହ ଆସନ୍ତା ନିର୍ବାଚନରେ ବିଜେଡି ଜିଲ୍ଲାର ୫ ଟି ବିଧାନସଭା ଓ ୧ ଗୋଟିଏ ଲୋକସଭା ପଦବୀ ଯେପରି ଅକ୍ତିଆର କରିବ ସେଥିପ୍ରତି ତାଙ୍କର ପ୍ରାଥମିକତା ରହିବ ବୋଲି ଶ୍ରୀ ପାଣିଗ୍ରାହୀ ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। ବିଜେଡିର ତ୍ରୀପୁରାରୀ ଗରଡା, ଅଶ୍ୱିନୀ ସାହୁ, ଉତ୍କଳ ରଂଜନ ନାୟକ, ଶଙ୍କର ପ୍ରସାଦ ଦୁରିଆ, ରାମଚନ୍ଦ୍ର ମାଝି, ସୋମନାଥ ପୂଜାରୀ, ମନୋଜ ପଣ୍ଡାଙ୍କ ଅନେକ ବିଜେଡି ନେତା ଶୁଭେଛା ଜଣେଇଛନ୍ତି।

Leave a Reply

Your email address will not be published. Required fields are marked *