କୋରାପୁଟ

କୋରାପୁଟ ଜିଲା ପରିଷଦର ୪୭ତମ ବୈଠକ

କୋରାପୁଟ; ତା୧୩-୦୩-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ ୪୭ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପରିଷଦ ସଭାପତି ପ୍ରଭୂ ଯାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ସାସଂଦ ଝିନ୍ନ ହିକକା, ନବରଙ୍ଗପୁର ସାଂସଦ ଇଂ.ବଲଭଦ୍ର ମାଝି, ଜୟପୁର ବିଧାୟକ ତାରା ପ୍ରାସଦ ବାହିନୀପତି, କୋରାପୁଟ ବିଧାୟକ କୃଷ୍ନଚନ୍ଦ୍ର ଶଗରିଆ, ପଟ୍ଟାଙ୍ଗି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ କୁମାର ପାଙ୍ଗି, ଲକ୍ଷ୍ମିପର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା, ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତି, ଡିଆରଡିଏ ପ୍ରକଲ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନଙ୍କ ସମେତ ସମସ୍ତ ଜିଲା ପରିଷଦ ସଭ୍ୟସଭ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ଲୋକ ପ୍ରତିନିଧି ମାନଙ୍କୁ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରୁନଥିବା କାରଣକୁ ନେଇ ବୈଠକ ପ୍ରାରମ୍ଭରେ ଅପ୍ରତୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଡିଓମାନେ ଜିଲା ପରିଷଦ ସଦସ୍ୟଙ୍କ ସହ କୌଣସି ଯୋଗାଯୋଗ ରଖୁନଥିବା କିମ୍ବା ଅଂଚଳବାସୀଙ୍କ ପାଇଁ କୌଣସି ସୁପାରିସ କଲେ ତାହା ରହୁନଥିବା ଅନେକ ସଦସ୍ୟ ଅଭିଯୋଗ କରିଥିଲେ। ବ୍ଲକ ଅଫିସରେ ସେମାନଙ୍କ ନିମନ୍ତେ ଚୌକି ଖଣ୍ଡେ ନଥିବା ଅଭିଯୋଗ କରିଥିଲେ। ଜିଲା ପରିଷଦ ବୈଠକରେ ବିଧାୟକ ଓ ସାଂସଦମାନେ ପତିଆରା ଦେଖାଉଛନ୍ତି ଅଥଚ ସେମାନେ ପରିଷଦର ସଦସ୍ୟ ହୋଇ ମଧ୍ୟ ସେମାନଙ୍କୁ ବୈଠକରେ ମତ ରଖିବା ପାଇଁ ସୁଯୋଗ ଦିଆ ଯାଉ ନାହିଁ ବୋଲି ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲ ଏବଂ ବିଶ୍ୱନାଥ ଶିଶା ଅଭିଯୋଗ କରିଥିଲେ। ଏପରି ଅଭିଯୋଗକୁ ନେଇ ବିଧାୟକ ବାହିନୀପତି ଓ ଡୁମୁରୀ ଖୀଲଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ଆଜିର ବୈଠକରେ ମୁଖ୍ୟତ ଗ୍ରାମାଂଚଳ ରାସ୍ତା, ପାନୀୟ ଜଳ ଓ ପରିମଳ, ବିଜୁଳୀ ଯୋଗାଣ କାର୍ଯ୍ୟକ୍ରମକୁ ନେଇ ଅଧିକ ସମୟ ଆଲୋଚନା ହୋଇଥିଲା। ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର, ବୈପାରିଗୁଡା, ଜୟପୁର, ଲମତାପୁଟ ବ୍ଲକରେ ଚାଲିଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଦଶମନ୍ତପୁର ବ୍ଲକରେ ଭାରତ ସରକାରଙ୍କ ନେସନାଲ ବ୍ରୀଜ୍ କଷ୍ଟ୍ରକସନ କମ୍ପାନୀ(ଏନବିସିସି) ଦ୍ୱାରା ନିର୍ମାଣ କରା ଯାଉଥିବା ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତା କାମର ମାନକୁ ନେଇ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସମ୍ପୃକ୍ତ ସରକାରୀ କମ୍ପାନୀ ଦଶମନ୍ତପୁର ବ୍ଲକରେ ୪ଟି ରାସ୍ତା କରୁଥିବାବେଳେ କାମର ମାନ ଖରାପ ଥିବା ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବାରୁ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ। ତେବେ ରାସ୍ତାକାମ ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଠିକ ଭାବେ ଚାଲିଥିବା କମ୍ପାନୀ କର୍ତୂପକ୍ଷ ଡି.ଏଲ.ୟାଦବ ଉତର ରଖିଥିଲେ। ସେହିପରି ଅନେକ ରାସ୍ତା କାମ ଧାର୍ଯ୍ୟ ସମୟସୀମାରୁ ପାର ହୋଇଥିଲେ ମଧ୍ୟ କାମ ସରୁନଥିବାରୁ ସଦସ୍ୟମାନେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ। ସେହିପରି ଗ୍ରୀଷ୍ମତାପ ଆରମ୍ଭ ହୋଇ ଯାଇଥିବାରୁ ପାନୀୟ ଜଳ ସମସ୍ୟାକୁ ଗୁରୂତ୍ୱ ଦେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆ ଯାଇଛି। ଅଚଳ ନଳକୂପର ତୂରନ୍ତ ମରାମତି କରିବା ସହ ଖରା ଦିନେ ଜଳ କ୍ଲିଷ୍ଟ ଗାଁରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ବିଭାଗୀୟ ନିର୍ବାହି ଯଂନ୍ତ୍ରୀଙ୍କୁ କୁହା ଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯିବାକୁ ଆଲୋଚନା ହୋଇଛି। ଗ୍ରାମାଂଚଳରେ ବିଦ୍ୟୁତ ସେବାକୁ ନେଇ ସମସ୍ତ ସଦସ୍ୟ ବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ବାବୁ ମାନେ ସହରରେ ରହିଛନ୍ତି, ସହରରେ ବିଜୁଳୀ ସମସ୍ୟା ନାହିଁ କିନ୍ତୁ ଗାଁ ଲୋକଙ୍କ କଥା କେବେ ସେମାନେ ଚିନ୍ତା କରନ୍ତି ନାହିଁ ବୋଲି ସଦସ୍ୟମାନେ ସାଉଥକୋ ଅଧିକାରୀଙ୍କ ଉପରେ ବର୍ଷିଥିଲେ। ବର୍ତମାନ ପରୀକ୍ଷା ସମୟ, ତେଣୁ ବିଦ୍ୟୁତ ଯୋଗାଣରେ କୌଣସି ବ୍ୟାଘାତ ନହେବା ପାଇଁ ବ୍ୟବସ୍ଥା କରା ଯିବାକୁ ବିଭାଗୀୟ କର୍ତୂପକ୍ଷଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ବନ ବିଭାଗ, ପ୍ରାଣୀ ଚିକିତ୍ସା, ସମାଜ କଲ୍ୟାଣ, ମଙ୍ଗଳ ବିଭାଗ, ପୂର୍ତ ବିଭାଗ ଇତ୍ୟାଦି ଲାଇନ ବିଭାଗର ଅଧିକାରୀ ଉପସ୍ଥିତ ରହି ନିଜନିଜ ବିଭାଗ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top