ଓଡ଼ିଶା

କୋରାପୁଟ ଜିଲାରେ ୩ ଗୋଟି ବ୍ଲକ ଅଧୀନରେ ଥିବା ୨୬୮ଟି ଗ୍ରାମର ୨, ୭୯,୯୬୬ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ୱର ୨୨/୬ (ଓଡ଼ିଆ ପୁଅ) ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ରାଜ୍ୟ ସରକାରଙ୍କର ପ୍ରମୁଖ ଦାୟିତ୍ବ। ଏଥିପାଇଁ ରାଜ୍ୟ ସରକାରଙ୍କ BASUDHA ଯୋଜନାରେ ରାଜ୍ୟରେ କୋରାପୁଟ ଜିଲାରେ ଗୋଟିଏ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟ ରଖାଯାଇଛି।

ଉକ୍ତ ପ୍ରକଳ୍ପ ଦ୍ବାରା କୋରାପୁଟ ଜିଲ୍ଲାର ଓ ୩ ଗୋଟି ବ୍ଲକ ଅଧୀନରେ ଥିବା ୨୬୮ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨, ୭୯,୯୬୬ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ତନ୍ମଧରୁ ବୋରିଗୁମା ବ୍ଲକ ଅନ୍ତର୍ଗତ ୧୩୭ଗୋଟି ଗ୍ରାମର ୧, ୫୦, ୬୪୩, କୋଟପାଡ ବ୍ଳକ ଅନ୍ତର୍ଗତ ୩ଟି ଗ୍ରାମର ୩୪, ୪୨୦ ଓ ଜୟପୁର ବ୍ଲକ ଅନ୍ତର୍ଗତ ୯୩ଟି ଗ୍ରାମର ୯୪, ୯୦୩ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ।

ବର୍ତ୍ତମାନ ରାଜ୍ୟ କ୍ୟାବିନେଟ ଉପୋରୋକ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକାଦାର M/s JMC Projects & Ramky Infrastructure (JV), Mumbai ଙ୍କର ୩୧୬ କୋଟି ୫୩ ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି। ଉକ୍ତ ପ୍ରକଳ୍ପକୁ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top