Home କୋରାପୁଟ କୋରାପୁଟ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଶିଶୁ ସଂସଦ ନିର୍ବାଚନ ଫଳ ଘୋଷଣା ଓ ଶପଥପାଠ

କୋରାପୁଟ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଶିଶୁ ସଂସଦ ନିର୍ବାଚନ ଫଳ ଘୋଷଣା ଓ ଶପଥପାଠ

147

କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଶିଶୁ ସଂସଦ ନିର୍ବାଚନର ଫଳ ଘୋଷଣା କରାଯିବା ସହ ପୂଜାରିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶପଥପାଠ କରାଯାଇଥିଲା ।ଏହି ନିର୍ବାଚନ ପ୍ରକ୍ରୀୟାରେ ମୁଖ୍ୟମନ୍ତ୍ରୀ , ଉପ-ମୁଖ୍ୟମନ୍ତ୍ରୀ ଓ ୬ ଟି ବିଭାଗର ମନ୍ତ୍ରୀ ଏବଂ ଉପମନ୍ତ୍ରୀ ପଦବୀ ନିମନ୍ତେ ୨୧ ଜଣ ଛାତ୍ରୀ ନିର୍ବାଚନ ମଇଦାନରେ ରହିଥିଲେ ଓ ୧୦୦ ଜଣ ଛାତ୍ରୀ ମତଦାନରେ ଅଂଶଗ୍ରହଣ କରିଥିଲେ ।ମୁଖ୍ୟମନ୍ତ୍ରୀ ଭାବେ ଦାନି ଜାନି ଓ ଉପମୁଖ୍ୟମନ୍ତ୍ରୀ ଭାବେ ସୁମିତ୍ରା ଗୋଲରୀ ନିର୍ବାଚିତ ହୋଇଥିଲେ ।ଶିକ୍ଷାମନ୍ତ୍ରୀ ଜାନକି ଖରା ଓ ଉପମନ୍ତ୍ରୀ ବବିତା ଖିଲ , କ୍ରୀଡା ମନ୍ତ୍ରୀ ଲଲିତା ବାରିକ ଓ ଉପମନ୍ତ୍ରୀ ଏଲିସାବେତ ବାଘ , ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ମିତାରାଣୀ ଖରା ଓ ଉପମନ୍ତ୍ରୀ ହିଙ୍ଗୁଳା ତୁରୁକ ,ପରିବେଶ ମନ୍ତ୍ରୀ ପୁଷ୍ପା ଜାନି ଓ ଉପମନ୍ତ୍ରୀ ରଇଲା ମୁଦୁଲି , ଖାଦ୍ୟମନ୍ତ୍ରୀ ଦଇମତୀ ମୁଦୁଲି ଓ ଉପମନ୍ତ୍ରୀ ମଣିମା ହନ୍ତାଲ , ସୂଚନା ଓ ଶିଶୁ ସାମ୍ବାଦିକ ମନ୍ତ୍ରୀ ଉଲ୍ଲାସ ଖିଲ ଓ ଉପମନ୍ତ୍ରୀ ମରିୟମ କନ୍ଧପାଣ ନିର୍ବାଚିତ ହୋଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଜୟଲକ୍ଷ୍ମି ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶପଥଗ୍ରହଣ କାର୍ଯ୍ୟକ୍ରମରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ବାଳିକା ଶିକ୍ଷା ସଂଯୋଜକ ଶୁଭେନ୍ଦୁ ବାରିକ , ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ରମେଶ କୁମାର ଘଡେଇ ଓ ବରିଷ୍ଠ ସାମ୍ବାଦିକ ସିଏଚ.ସାନ୍ତାକାର ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ପାତ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.