କୋରାପୁଟ ଆରଏମସିର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ

କୋରାପୁଟ ; ତା୩୦-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଉପ-ଜିଲାପାଳ ତଥା କୋରାପୁଟ ନିୟନ୍ତ୍ରୀତ ବଜାର କମିଟି(ଆରଏମସି)ର ଅଧ୍ୟକ୍ଷ ଲଳିତ କୁମାର କଅଁରଙ୍କୁ ଆରଏମସି ପକ୍ଷରୁ ସ୍ୱାଗତ କରାଯାଇଛି। ଉପାଧ୍ୟକ୍ଷ କର୍ପୂର ହନ୍ତାଳ, ଭାରପ୍ରାପ୍ତ ସମ୍ପାଦକ ଏମ୍.ନୀଳକଣ୍ଠ ନାଇଡୁ, ପରିଚାଳନା କମିଟି ସଦସ୍ୟ ଜଗଦିଶ ଖୋସ୍ଲା, ତ୍ରିପତି ପାଣିଗ୍ରାହି, ସୁଧାଂସୁ ପାଢି, ସୁବୋଧ କୁମାର ଚେଟ୍ଟୀ, ମନୋଜ ପଣ୍ଡା, ରମେଶ ପାଣିଗ୍ରାହି ପ୍ରମୁଖ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୁନ୍ଦୁଲି ଇ-ନାମ୍ ପରିଚାଳନା, କୁନ୍ଦୁଲି ସାପ୍ତାହିକି ହାଟ ସ୍ଥାନାନ୍ତର, ସେମିଲିଗୁଡା ଓ ନନ୍ଦପୁରରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, କର୍ମଚାରୀମାନଙ୍କ ଦରମା ବୃଦ୍ଧି, ଇ-ନାମରେ କେମିଷ୍ଠ ପଦବୀ ପୂରଣ, ଗୋଦାମ, ଦୋକାନ ଗୃହର ଭଡା ଆଦାୟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଏକ୍ସପ୍ଲୋଜର ଭିଜିଟ୍ ସମ୍ପର୍କରେ ଆଲୋଚନା କରା ଯିବା ସହ ଆରଏମସିର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ହେତୁ ବିଭାଗୀୟ ଆକାଉଂଟାଂଟ ଅରୁଣ କୁମାର ଜେନାଙ୍କୁ ସମ୍ପାଦକ ଦାୟିତ୍ୱ ଦେବା ଉପରେ ଆଲୋଚନା କରା ଯାଇଥିଲା। ଅରୁଣ କୁମାର ଜେନା ଓ ବରିଷ୍ଠ କିରାଣୀ କୈଳାଶ ଚନ୍ଦ୍ର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *