କୋରାପୁଟରେ ୪ ହଜାର ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଶୁଣିଲେ

କୋରାପୁଟ ; ତା୧୪-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କ ବାର୍ତା ସ୍କ୍ରୀନ ଜରିଆରେ ପ୍ରଦର୍ଶିତ କରାଯାଇଥିଲା ।କୋରାପୁଟ ସହରର ବିଭିନ୍ନ ସ୍କୁଲର ୪ ହଜାର ଛାତ୍ରାଛତ୍ରୀ ବାର୍ତା ଶୁଣିଥିବା ବେଳେ ଶପଥ ପାଠ କରିଥିଲେ ।ବାର୍ତା ପୂର୍ବରୁ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ।କୋରାପୁଟ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଏସପି ଡାକ୍ତର କନଓାର ବିଶାଳ ସିଂ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ମା ଓ ଗୁରୁଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଇଥିଲେ ।ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଅଧ୍ୟାପକ ରବି ଶତପଥି ପରିଚାଳନା କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ , ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ଜାନି ଓ ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ , ତହସିଲଦାର ଏଚ.ଏନ.ସିଂ.ମାଝି , ସହକାରୀ ଜିଲ୍ଲାପାଳ ଦେବବ୍ରତ କରାଟି , ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାପ୍ରଶାସନ ଓ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଭୋଜନ ବ୍ୟବସ୍ଥା କରାଯାଇଥିଲା ।
କୋରାପୁଟ ଜିଲ୍ଲାର ପ୍ରତି ବ୍ଲକ , ପଂଚାୟତ ଓ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପ୍ରସାରନ କରାଯାଇଥିଲା ବୋଲି ଜିଲ୍ଲାପାଳ ଶ୍ରୀ ସାହା ପ୍ରକାଶ କରିଥିଲେ ।ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତାକୁ ନେଇ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ଗଢିବେ ବୋଲି ଜିଲ୍ଲାପାଳ ଶ୍ରୀ ସାହା ଆଶାବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତା ଶୁଣି ବହୁତ ଆନନ୍ଦ ମିଳିଥିଲା ବୋଲି ଛାତ୍ରୀମାନେ ପ୍ରକାଶ କରିଥିଲେ ।ଏହାଦ୍ୱାରା ମନର ଭାବକୁ ପ୍ରକାଶ କରିବା ସହ ଭଲ ମଣିଷଟିଏ ହେବାକୁ ରାସ୍ତା ଦେଖାଇବ ବୋଲି ସେମାନେ ପ୍ରକାଶ କରିଥିଲେ ।

 

Leave a Reply

Your email address will not be published. Required fields are marked *