କୋରାପୁଟ

କୋରାପୁଟରେ ଲଗାଣ ବର୍ଷା, ଜନଜୀବନ ପ୍ରଭାବୀତ

କୋରାପୁଟ ; ତା୧୬-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତ ୨୪ ଘଂଟାରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁଁ ଜ ଜୀବନ ପ୍ରଭାବୀତ ହୋଇଛି। ଲଗାଣ ବର୍ଷା ଫଳରେ ଲୋକେ ଘରୁ ବାହାରି ପାରିନଥିବାବେଳେ ଦେଖିବାକୁ ମିଳିଛି। ଜିଲାଜରୁରୀ କାଳୀନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଲଗାଣ ବର୍ଷା ଯୋଗୁଁ ଜିଲାର ବୋରିଗୁମା ତହସିଲ ରଣସପୁରରେ ଗୋଟିଏ ଓ ଗୁଜୁନିଗୁଡା ଗ୍ରାମରେ ୨ଟି, ବୈପାରିଗୁଡା ତହସିଲରେ ଗୋଟିଏ ଓ ମାଛକୁଣ୍ଡ ତହସିଲରେ ୨ଟି ଘର ଭାଙ୍ଗିଥିବା ଜଣାପଡିଛି। ସେହିପରି କୁନ୍ଦୁରା ବ୍ଲକର କେରମେଟିରେ ସାପ କାମୁଡାରେ ଜଣେ ପ୍ରାଣ ହରାଇଥିବାବେଳେ ଜିଲାର ଅନ୍ୟ କୌଣସି ଅଂଚଳରେ କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ନଥିବା ଜଣା ପଡିଛି। ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜିଲାରେ ୬୧୮.୧୦ ମିମି ବର୍ଷା ହୋଇଥିବା ରେକର୍ଡ କରା ଯାଇଛି। ଜିଲା ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ୨୪ ଘଂଟା ମଧ୍ୟରେ ଜୟପୁର ବ୍ଲକରେ ସର୍ବାଧିକ ୭୫ମିମି ବର୍ଷା ହୋଇଥିବାବେଲେ ପଟ୍ଟାଙ୍ଗିରେ ସବୁଠାରୁ କମ୍ ମାତ୍ର ୧୦ମିମି ବର୍ଷା ହୋଇଛି। ସେହିପରି କୋରାପୁଟରେ ୪୩.୦୪ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୪୪.୨, ବନ୍ଧୁଗାଁରେ ୪୫.୩, ନନ୍ଦପୁରରେ ୧୧.୨, ଦଶମନ୍ତପୁରରେ ୫୦.୦, ନାରାୟଣପାଟଣାରେ ୨୨.୨, ଲକ୍ଷ୍ମିପୁରରେ ୪୦, ସେମିଲିଗୁଡାରେ ୪୩.୦, କୋଟପାଡରେ ୬୬, କୁନ୍ଦୁରାରେ ୬୫.୨, ବୋରିଗୁମାରେ ୪୦.୬ ଓ ବୈପାରିଗୁଡା ବ୍ଲକରେ ୬୨ ମିମି ବର୍ଷା ହୋଇଥିବା ଜଣା ପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top