କୋରାପୁଟ

କୋରାପୁଟରେ ପ୍ରଦୀପ ମାଝିଙ୍କୁ ସମ୍ବର୍ଦ୍ଧନା ; ରାଜନୈତିକ ବୁଝାମଣା ପରେ କୋରାପୁଟ ଜିଲ୍ଲା ଦାୟିତ୍ୱତ୍ତଛାଡିଲି-ଶ୍ରୀ ମାଝି

କୋରାପୁଟ ;ତା୨୭-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଶ୍ରୀ ପ୍ରଦୀପ ମାଝି କାର୍ଯ୍ୟକାରୀ ସଭାପତି ହେବା ପରେ ଆଜି କୋରାପୁଟରେ ଆସି ରାତ୍ରୀଯାପନ କରିଥିଲେ ।ସକାଳେ କୋରାପୁଟ କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ ଦିଆଯାଇଥିଲା ।ପୂର୍ବତନ ବିଧାୟକ ନିମାଁଇ ସରକାର , ମନୋଜ ଆଚାର୍ଯ୍ୟ , ନଗର ସଭାପତି ଭବାନୀ ଶଂକର ମିଶ୍ର , ରୁପକ ତୁରୁକ ଓ ଅନେକ କଂଗ୍ରେସ କର୍ମି କୋରାପୁଟ ବିଧାୟକଙ୍କ ବାସଗୃହରେ କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝି ଓ ବିଧାୟକ ଭୁଜବଳ ମାଝିଙ୍କୁ ପୁଷ୍ଫମାଳ୍ୟାର୍ପଣ କରି ସମ୍ବର୍ଦ୍ଧନା ଦେଇଥିଲେ ।ଏହାପରେ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ମାଝିଙ୍କୁ ଜୟପୁରଛକ ଠାରେ ବିଦାୟୀ ଦେଇଥିଲେ ।
ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଶ୍ରୀ ମାଝିଙ୍କୁ କାର୍ଯ୍ୟକାରୀ ସଭାପତିଭାବେ ମନୋନୀତ କରାଯାଇଥିଲା କିନ୍ତୁ ସେ କୋରାପୁଟ ଜିଲ୍ଲା ଦାୟିତ୍ୱରୁ କାହିଁକି ଓହରିଗଲେ ବୋଲି ପ୍ରଶ୍ନ ପଚାରିବାରୁ ରାଜନୈତିକ ବୁଝାମଣା ପରେ ଦାୟିତ୍ୱ ଛାଡିଲି ବୋଲି ସେ ସୂଚନା ଦେଇଥିଲେ ।ସମସ୍ତେ ମିଳିମିଶି କାମ କରିବୁ ଓ ରାଜ୍ୟ ସରକାରଙ୍କୁ ନେଇ ଭୋଟରଙ୍କ ପାଖକୁ ଯିବୁ ବୋଲି ସେ ପ୍ରକାଶ କରିଥିଲେ ।ଆସନ୍ତା ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଏକ ନମ୍ବର ଦଳ ଭାବେ ରହିବ ବୋଲି ସେ ଆଶା ପ୍ରକଟ କରିଥିଲେ ।
କୋରାପୁଟ ଜିଲ୍ଲାର ଟାଣୁଆ ନେତା ତଥା ବିରୋଧିଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତିଙ୍କ ସହ ପ୍ରଦୀପ ମାଝିଙ୍କ ମଧ୍ୟରେ ମତାନ୍ତର ଲାଗିରହିଥିଲା ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦବୀରେ ନିରଞନ ପଟାନାୟକ ହେବ ଦରକାର ବୋଲି ଶ୍ରୀ ବାହିନିପତି ପୂର୍ବରୁ କହି ଆସୁଥିଲେ ଓ ନିରଞନ ହିଁ ସଭାପତି ହେଲେ ।କିନ୍ତୁ ୩ ଟି କାର୍ଯ୍ୟକାରୀ ସଭାପତି ଚୟନ କରାଗଲା ଯେଉଁଥିରେ ପ୍ରଦୀପ ମାଝିଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା ନିମନ୍ତେ ଦାୟିତ୍ୱ ଦିଆଯାଇଥିଲା ।କୋରାପୁଟ ଜିଲ୍ଲା ଦାୟିତ୍ୱରେ ପ୍ରଦୀପ ରହିଲେ ଅନେକ ଅସୁବିଧା ହେବ ବୋଲି ଜାଣିପାରି କର୍ତୂପକ୍ଷ ଝାରସୁଗୁଡା ବିଧାୟକ ତଥା ନବ ନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି ।ନବ ଓ ତାରାଙ୍କ ମଧ୍ୟରେ ଉତମ ସମନ୍ନୟ ରହିଥିବାରୁ ଏହି ଯୋଡି ଆସନ୍ତା ନିର୍ବାଚନରେ ବିଜେଡି ଓ ବିଜେପିକୁ କଡା ଟକ୍କର ଦେବେ ଓ କଂଗ୍ରେସର ସ୍ଥିତି ସୁଦୃଢ ରହିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top