କୋରାପୁଟରେ ଜାତୀୟ ଖାଉଟି ଦିବସ ପାଳିତ

କୋରାପୁଟ ; ତା୨୪-୧୨-୧୭(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିାପଲଟି ଆନୁକୁଲ୍ୟରେ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ଉତ୍ସବରେ ଜିଲ୍ଲା ଖାଉଟି ଫୋରମର ସଭାପତି ବିପିନ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଖାଉଟିମାନଙ୍କୁ ସଚେତନତା ରହିବାକୁ ପରାମର୍ଶ ଦେଇଥିଲେ।କୋରାପୁଟଠାରେ ଜଣେ ଗ୍ୟାସବିତରକ କଂପାନୀ ଉଜ୍ଜଲା ଯୋଜନାରେ ରହିଥିବା ଗ୍ୟାସ ସିଲିଣ୍ଡର ଘରକୁ ଆଣିବାକୁ ମନା କରିଥିଲେ ବୋଲି ଜଣେ ମହିଳା ଖାଉଟି ଅଭିଯୋଗ କରି ପ୍ରଶ୍ନ କରିଥିଲେ।ଜିଲ୍ଲା ଖାଉଟି ଫୋରମରେ କେସ ରୁଜୁ କରିବାକୁ ସଭାପତି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।ଏହ ିଉତ୍ସବରେ ସହକାରୀ ନିୟନ୍ତ୍ରକ ନିହାର ରଂଜନ ମିଶ୍ର, କୋରାପୁଟ ମ୍ୟୁନସିପାଲଟିର ଅଧ୍ୟକ୍ଷ ଭଗବାନ ବାହିନିପତି,  ଉପାଧ୍ୟକ୍ଷା ସଂଜୁଲତା ରାଉତ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ କୁମାର ମହାରଣା ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇ ଯେ କୋଣସି ଜିଣିଷ କ୍ରୟ କରିବା ସମୟରେ ସାବଧାନତା ଅବଲ୍ୱନ କରିବାକୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ କୋରାପୁଟ ମ୍ୟୁନସିପାଲଟିର ଦୁର୍ଗା ମାଧବ ସାହୁ ପରିଚାଳନା କରିଥିବା ବେଳେ ବଜାର ନିରୀକ୍ଷକ ନରସିଂହ ବେହେରା,  ଅଶୋକ କୁମାର ସାହା ଓ ସିମାଞଳ ପଢିହାରୀ ପ୍ରମୁଖ ଯୋଗଦେଇ ପରିଚାଳନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *