କୋରାପୁଟରେ ଗୁଳିମାଡ଼: ଜଣେ ଗୁରୁତର

କୋଟାପୁଟ ୨୮-୭ (ଓଡ଼ିଆ ପୁଅ/ରଞ୍ଜନ କୁମାର ଦାସ) ଗାଲିଗାବ୍ଦ୍ୱାର ଗ୍ରାମର ଲଦା ପାଙ୍ଗୀ ନାମକ ଜଣେ ବ୍ୟକ୍ତିକୁ ୪ ରାଉଣ୍ଡ ଗୁଳିମାଡ଼ ହୋଇଛି। ଏହି ଫଳରେ ତାକୁ ଗୁରୁତର ଭାବେ କୋରାପୁଟ ହସ୍ ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସନ୍ଧ୍ୟା ୫ଟାରେ ଘଟିଛି। ମିଳିଥିବା ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଲଦା ପାଙ୍ଗୀକୁ ପଠପଟୁ କେହି ଜଣେ ଦୁର୍ବୃତ ଗୁଳି ମାରିଛି। ୪ଟି ଗୁଳି ଏବେବି ତା’ପିଠିରେ ଲାଗି ରହିଛି। କୁହାଯାଉଛିଯେ, ପୂର୍ବ ଶତ୍ରୁତା କାରଣରୁ ଏହି ଗୁଳିମାଡ଼ ହୋଇଥାଇପାରେ। ଅପର ପକ୍ଷରେ ଆଜି ମାଓବାଦୀମାନେ ସପ୍ତାହ ବେୟାପି ସହୀଦ ଦିବସ ପାଳନ କରୁଛନ୍ତି। ଏହାର ଗମ୍ଭୀରତାକୁ ଲକ୍ଷ କରି ପୋଲିସ୍ ସମସ୍ତ ଦୀଗରୁ ତଦନ୍ତ ଆରମ୍ଭ କରିଛି।

ଖବର ନେବାରୁ ଜଣାପଡ଼ିଛିଯେ, କିଛି ଦିନ ପୂର୍ବେ ଲଦା ସହିତ ସେହି ଗ୍ରାମର କିଛି ଯୁବକଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଏହି କାରଣରୁ ଏହି ଗୁଳିକାଣ୍ଡ ଘଟିଥାଏପାରେ ବୋଲି ସନ୍ଦୋହ କରାଯାଉଛି।

Leave a Reply

Your email address will not be published. Required fields are marked *