କୋରାପୁଟରେ କୈାଣସି ବ୍ୟାଙ୍କ ଏପରିକି ଏସବିଆଇ ମଧ୍ୟ ୧୦ ଟଙ୍କିଆ କଏନ ଗ୍ରହଣ କରୁନାହାନ୍ତି !ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା

କୋରାପୁଟ ; ତା୧୯-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ସହରରେ ଛୋଟ ଛୋଟ ବ୍ୟବସାୟୀମାନେ ୧୦ ଟଙ୍କିଆ କଏନ ରଖିବା ପରେ ଏବେ ହଇରାଣ ହେଉଥିବା ଜଣାପଡିଛି। କୋରାପୁଟରେ ଥିବା ବ୍ୟାଙ୍କଗୁଡିକ କଏନ ଗ୍ରହଣ କରୁ ନ ଥିବାରୁ ବ୍ୟବସାୟୀମାନେ ଏତେଗୁଡାଏ କଏନ କଣ କରିବେ ବୋଲି ଚିନ୍ତାରେ ପଡିଯାଇଛନ୍ତି। କିଛିଦିନ ପୂର୍ବରୁ ଗୁଜବ ହେବାପରେ ଲୋକମାନେ ୧୦ ଟଙ୍କିଆ କଏନ ବ୍ୟବାସାୟୀଙ୍କଠାରୁ ଗ୍ରହଣ କରୁ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଆଜି ଜଣେ ବ୍ୟବସାୟୀ ଡି .ପାତ୍ର କୋରାପୁଟ ଏସବିଆଇକୁ ଯାଇ ୩୫୦୦ ଟଙ୍କାର କଏନ ଧରି ସଂଚୟ କରିବାକୁ ଯାଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ମନାକରିବା ପରେ ସେ ମୁଖ୍ୟ ଶାଖା ପରିଚାଳକ ଏସ.ସିଏଚ .ଦେଉରୀଙ୍କୁ ଭେଟିଥିଲେ ଓ କଏନ ଗ୍ରହଣ କରିବାକୁ ନିବେଦନ କରିଥିଲେ। କିନ୍ତୁ ଶାଖା ପରିଚାଳକ ରୋକଠୋକଭାବେ ମନା କରିଦେଇଥିଲେ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଥିଲେ।ଏହାପରେ ସେ କିଛି ସାମ୍ବାଦିକଙ୍କୁ ସୁଚନା ଦେବାପରେ ସାମ୍ବାଦିକମାନେ ଶାଖା ପରିଚାଳକଙ୍କୁ ଭେଟିଥିଲେ ଓ ଗ୍ରହଣ କରିବାକୁ କହିବା ସତ୍ୱେ ସେ ଗ୍ରହଣ କରି ନ ଥିଲେ।୧ ଲକ୍ଷ ଟଙ୍କା ସଂଜୟ କଲେ ୧ ହଜାର ଟଙ୍କାର ୧୦ ଟଙ୍କିଆ କଏନ ନେବୁ ବୋଲି ଶ୍ରୀ ଦେଉରୀ ପ୍ରକାଶ କରିଥିଲେ।କୋରାପୁଟ ଏସବିଆଇରେ ଏବେ ୩ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଆସି ପହଂଚିଛି ଓ ଆମ୍ଭ ଷ୍ଟ୍ରଙ୍ଗ ରୁମରେ ସ୍ଥାନ ନାହିଁ ଲୋକଙ୍କଠାରୁ କଏନ ଗ୍ରହଣ କରିବା ପାଇଁ ବୋଲି ସେ ସୂଚନା ଦେଇଥିଲେ।ବଜାରେ ଥିବା ୧୦ ଟଙ୍କିଆ କଏନ ଚଳିବ ବୋଲି ଲୋକଙ୍କୁ ସଚେତନତା କରାଇବାଓ ସମସ୍ତ ବ୍ୟାଙ୍କ ଗ୍ରହଣ କରିବା ନିମନ୍ତେ ୪ ଦିନ ମଧ୍ୟରେ ହାଟମାନଙ୍କରେ ପ୍ରଚାର କରାଯିବ ବୋଲି ସେ ସୂଚନା ଦେଇଥିଲେ।ଏ ସଂପର୍କରେ ସେ କୋରାପୁଟ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଓ ଜିଲ୍ଲାପାଳ କହିବାନୁସାରେ କୋରାପୁଟ ଚାମ୍ପରସ କର୍ମସକୁ ଏକ ଚିଠି ସେ ପ୍ରେରଣ କରିବେ ବୋଲି ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲାର ଅନ୍ୟ ସହରମାନଙ୍କରେ ଥିବା ବ୍ୟାଙ୍କଗୁଡିକ ୧୦ ଟଙ୍କିଆ କଏନ ଗ୍ରହଣ କରୁଥିବା ବେଳେ କୋରାପୁଟ ସହରରେ ଥିବା ବ୍ୟାଙ୍କଗୁଡିକ ନ ନେବା ଚିନ୍ତାର କାରଣ ହୋଇପଡିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଯେମିତି କୋରାପୁଟ ସହରରେ ଥିବା ସମସ୍ତ ବ୍ୟାଙ୍କ ୧୦ ଟଙ୍କିଆ କଏନ ଗ୍ରହଣ କରିବେ ସେଥିପ୍ରତି ଧ୍ୟାନ ଦେବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *