କୋରାପୁଟରୁ ମାଛର ନମୁନା ଯାଂଚପାଇଁ ରାଜ୍ୟ ପରୀକ୍ଷାଗାରକୁ ମାଛ ପଠାଗଲା

କୋରାପୁଟ ; ତା୧୮-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଆନ୍ଧ୍ରରୁ ଆସୁଥିବା ମାଛରେ ଫର୍ମାଲିନ ମିଶୁଥିବା ଖବର ପ୍ରସାରିତ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟରୁ ମାଛର ନମୁନା ଯାଂଚ ପାଇଁ ରାଜ୍ୟ ପରୀକ୍ଷାଗାର ଭୁବନେଶ୍ୱରକୁ ମାଛ ପଠାଯାଇଥିବା କୋରାପୁଟ ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି।କୋରାପୁଟସ୍ଥିତ ଦୈନିକ ବଜାର ଓ ହାଟପଦାରୁ ୪ ଟି ମାଛ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିବା ସେ ପ୍ରକାଶ କରିଥିଲେ।ପରବର୍ତର୍ ସମୟରେ ଜୟପୁର ଓ ଜିଲ୍ଲାର ଅନ୍ୟାନ୍ୟ ସହରରୁ ମାଛ ସଂଗ୍ରହ କରାଯାଇ ପଠାଯିବ ବୋଲି ସେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *