କୋରାପୁଟଠାରେ ୬ ଟି ଜିଲ୍ଲାର ନିର୍ବାଚକୀୟ ରେଜଷ୍ଟ୍ରୀକରଣ ଅଧିକାରୀମାନଙ୍କୁ ନେଇ ୨ ଦିନିଆ କର୍ମଶାଳା ଶୁଭାରମ୍ଭ

କୋରାପୁଟ ; ତା୨୭-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଭୋଟରମାନଙ୍କୁ କିପରି ଅନଲାଇନରେ ରେଜଷ୍ଟ୍ରୀଭୁକ୍ତ କରାଯିବା ସହ କିପରି ଯୋଗ ବିୟୋଗ କରାଯିବ ଓ ଆସନ୍ତା ନିର୍ବାଚନ ପରିପେକ୍ଷୀରେ କୋରାପୁଟଠାରେ ନିର୍ବାଚକୀୟ ରେଜଷ୍ଟ୍ରୀକରଣ ଅଧିକାରୀ ଓ ସହାୟକନିର୍ବାଚକୀୟ ରେଜଷ୍ଟ୍ରୀକରଣ ଅଧିକାରୀମାନଙ୍କୁ ନେଇ ୨ ଦିନିଆ କର୍ମଶାଳା ସ୍ଥାନୀୟ ସଦଭାବନା ସଭାଗହୃଠାରେ ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ , ମାଲକାନଗିରି ,ରାୟଗଡା , ନବରଙ୍ଗପୁର ,କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଉପଜିଲ୍ଲାପାଳ , ବିଡିଓ , ତହସିଲଦାର ଏହପରି ୭୦ ଜଣ ଅଧିକାରୀ ଯୋଗଦେଇଥିଲେ ବୋଲି ଜଣାପଡିଛି ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସିପି ଜୟନ୍ତ କୁମାର ନାୟକ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।ଯୁଗ୍ମ –ସିଇଓ ଭବାନୀ ପ୍ରସାଦ ରାୟ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ଜଣାପଡିଛି ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଅଧିକାରୀ ପ୍ରଭାତୀ ମହାରଣା ଯୋଗଦେଇ ପରିଚାଳନା କରିଥିବା ବେଳେ ନିର୍ବାଚନ କାର୍ଯ୍ୟାଳୟର ବେଣୁଫାସ ମଲ୍ଲିକ ଓ ପ୍ରଫୁଲ୍ଲ ପାତ୍ର ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *