କୋରାପୁଟଠାରେ ୬୮ ତମ ବନ ମହୋସôବ ପାଳିତ

କୋରାପୁଟ ; ତା୦୭-୦୭-୧୭(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ବନଖଣ୍ଡ ଆନୁକୁଲ୍ୟରେ ସ୍ଥାନୀୟ ବୋରିଗୁମ୍ମା ରୋଡ ନିକଟ ପଡିଆଠାରେ ୬୮ ତମ ବନ ମହୋସôବ ପାଳିତ ହୋଇଯାଇଛି ।ଦକ୍ଷିଣପଶ୍ଚିମାଂଚଳ ଡିଆଇଜି ଏସ.ସାଇନି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଅନୁପମ ସାହା , ଆଂଚଳିକମୁଖ୍ୟ ବନ ସଂରକ୍ଷକ ଏମ .ମୋହନ ,କୋରାପୁଟ ଡିଏଫଓ ପି.ଅର୍ଥନାରୀ , କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି କୋରାପୁଟ ରେଲବାଇର ଏଡିଇନବି ଶ୍ରୀରାମ ମୂର୍ତି ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।କୋରାପୁଟ ଡିଏଫଓଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଆୟୋଜିତ କରାଯାଇଥିଲା ।ପରିବେଶ ଓ ଶକ୍ତିର ସୁରକ୍ଷା କରିବା ସହ ସବୁଦିନେ ବୃକ୍ଷରୋପଣ କରିବାକୁ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ ।ସହରାଂଚଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ୨୪୦୦ ଟି ବୃକ୍ଷରୋପଣ କରାଯାଇଥିଲା ବୋଲି ଆଂଚଳିକମୁଖ୍ୟ ବନ ସଂରକ୍ଷକ ଏମ .ମୋହନ ପ୍ରକାଶ କରିଥିଲେ ।ଏଠାରେ ଜଙ୍ଗଳ ସୃଷ୍ଟି ହେଲେ ସହରାଂଚଳ ଲୋକମାନେ ପ୍ରାତଃ ଓ ସଂଧ୍ୟା ଭ୍ରମଣ କରିବାକୁ ସୁବିଧା ହେବ ବୋଲି ସେ ସୂଚନା ଦେଇଥିଲେ ।ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବରେ ପାଡୁଆର ଗୁମାଗୁଡା ବନ ସୁରକ୍ଷା ସମିତିକୁ ୨୦ ହଜାର ଟଙ୍କାର ଚେକ ଦେଇ ସମ୍ମାନ୍ନିତ କରାଯାଇଥିଲା ।ଏହାପରେ ମଶାଣୀଠାରେ ମଧ୍ୟ ଅତିଥିମାନେ ବୃକ୍ଷରୋପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ କୋରାପୁଟ ବନାଂଚଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ ଯୋଗଦେଇ ପରିଚାଳନା କରିଥିବା ବେଳେ ବନ ବିଭାଗର ସମସ୍ତ କର୍ମଚାରୀ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।କୋରାପୁଟ ବନାଂଚଳରେ ୩୧ ହଜାର ଓ କୋରାପୁଟ ବନଖଣ୍ଡରେ ୧ ଲକ୍ଷ ୬୫ ହଜାର ବୃକ୍ଷରୋପନ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *