କୋରାପୁଟଠାରେ ରାଜୀବ ଗାନ୍ଧୀ ଶ୍ରାଦ୍ଧ ଦିବସ ପାଳିତ

କୋରାପୁଟ ; ତା୨୧-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସଦର ମହକୁମାଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାର୍ଦ୍ଧଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନଠାରେ ଅବସ୍ଥାପିତ ପ୍ରତିମୂର୍ତିରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନିପତି, କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ।କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜଗଦୀଶ ଖୋସଲା, କଂଗ୍ରେସ ସଭ୍ୟ ରମେଶ ବାଖ୍ୟା ଓ ଜୟନ୍ତ କଚିନ, କାଉନସିଲର ବିଜୟ କୁମାର ରାଓ, ଜିଲ୍ଲା ସ୍ମାରକୀ କମିଟିର ସଦସ୍ୟ ରାଜ କିଶୋର ସାମନ୍ତରା ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିବା ସହ ରାଜୀବ ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *