କୋରାପୁଟ

କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

କୋରାପୁଟ ; ତା୧୬-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତରଫରୁ କୋରାପୁଟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ସବାଗୃହଠାରେ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ଯୋଗଦେଇ ଡେଙ୍ଗୁ ଦିବସ ସଂପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁଶାନ୍ତ ଦାସ ଯୋଗଦେଇ କୋରାପୁଟ ଜିଲ୍ଲାରେ ୨୦୧୩ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସୂଚନା ଦେଇଥିଲେ। ଡେଙ୍ଗୁ ରୋଗରେ କେହି ମୃତ୍ୟୁବରଣ କରି ନ ଥିବା ପ୍ରକାଶ କରିବା ସହ ସହର ଓ ଗ୍ରାମକୁ ପରିଷ୍କାର ପରିଛନତା ରଖିବାକୁ ପରାମର୍ଶ ଦେଇଥିଲେ।ଏହି ଦିବସରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ ପାଢୀ, କୋରାପୁଟ ତହସିଲଦାର ଏନ.ମାଝି, କୋରାପୁଟ ମ୍ୟୁନସିପାଲଟିର ଯନ୍ତ୍ରୀ ରମେଶ କୁମାର ମହାରଣା, ଜିଲ୍ଲା ଯକ୍ଷ୍ମା ଅଧିକାରୀ ନାରାୟଣ ବେହେରା, ଅଙ୍ଗନବାଡି ଓ ଆଶାକର୍ମିମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top