କୋରାପୁଟ

କୋରାପୁଟଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଆଂଚଳିକ ସମୀକ୍ଷା ବୈଠକ ; ୯ ଟି ଜିଲ୍ଲାର ଜିଲ୍ଲାପାଳ ଓ ୨୪ ଜଣ ନିର୍ବାହୀ ଅଧିକାରୀ ଯୋଗଦେବେ

କୋରାପୁଟ ୦୯-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ସ୍ଥାନୀୟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ସମ୍ମିଳନୀ ଗୃହଠାରେ ଗୃହ ଓ ନଗର ଉନ୍ନୟନ ବିଭାଗର ଆଂଚଳିକ ସମୀକ୍ଷା ବୈଠକ ଅନୁଷ୍ଟିତ ହେବ ବୋଲି ଜଣାପଡିଡଛି।ଏହି ସମୀକ୍ଷା ବୈଠକରେ ସହରାଂଚଳରେ ବିକାଶ ନିମନ୍ତେ କଣ କଣ ପଦକ୍ଷେପ ନିଆଯାଇଛି ଓ ସହରାଂଚଳର ନିଜସ୍ୱ ଆୟ ବ୍ୟୟ, ୪ ର୍ଥ ରାଜ୍ୟ ଅର୍ଥ କମିଶନ ଓ ୧୪ତମ ଅର୍ଥ କମିଶନ ଦ୍ୱାରା ପ୍ରଦତ ସ୍ୱଛ ଭାରତ ମିଶନ, ଗୃହ ନିର୍ମାଣ ଓ ପାନୀୟଜଳ ପ୍ରକଳ୍ପ ଏବଂ ଉନ୍ନତ ଯୋଜନା ଉପରେ ସମୀକ୍ଷା କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନର ତଥା ସଚିବ, ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଯୋଗଦେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।ଗଜପତି, କନ୍ଧମାଳ, ବୈାଦ, କୋରାପୁଟ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡା ୯ ଟି ଜିଲ୍ଲାର ଜିଲ୍ଲାପାଳ ଓ କାଶିନଗର, ପାରଳାଖେମୁଣ୍ଡି, ଫୁଲବାଣୀ, ଜି.ଉଦୟଗିରି, ବାଲିଗୁଡା, ବୈାଦ୍ଧଗଡ, ଜୟପୁର, କୋରାପୁଟ, ସୁନାବେଡା, କୋଟପାଡ, ଉମରକୋଟ, ନବରଙ୍ଗପୁର, ବାଳିମେଲା, ମାଲକାନଗିରି, ଗୁଡାରୀ, ଗୁଣପୁର, ରାୟଗଡା, ଭବାନୀପାଟଣା, ଜୁନାଗଡ, ଧର୍ମଗଡ, କେସିଙ୍ଗା, ଖରିଆର, ଖରିଆର ରୋଡ ଓ ନୂଆପଡା ପ୍ରଭୃତି ୨୪ ଟି ସହରାଂଚଳର ନିର୍ବାହୀ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top