କୋରାପୁଟ

କୋରାପୁଟଠାରେ କୃଷକ କଲ୍ୟାଣ କାର୍ଯ୍ୟଶାଳାରେ ଚାଷ ସମ୍ବନ୍ଧୀୟ ଯୋଜନା ଉପସ୍ଥାପନା

କୋରାପୁଟ ; ତା୦୨-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ଦକ୍ଷତାବୃଦ୍ଧି ତାଲିମ ସଭାଗୃହଠାରେ କୃଷକ କଲ୍ୟାଣ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ।କୋରାପୁଟ ଜିଲ୍ଲା କୃଷି ଅଧିକାରୀ ସୁବ୍ରତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟାଶାଳାରେ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସାରଙ୍ଗଧର ଶତପଥି, ମୂର୍ତିକା ସଂରକ୍ଷଣ ଅଧିକାରୀ ଅଶୋକ କୁମାର ସେନାପତି, ସଂଜିବ ରାଉତ ଯୋଗଦେଇ ସରକାରଙ୍କ ରହିଥିବା ଯୋଜନା ସଂପର୍କରେ ଆଲୋକପାତ କରିଥିଲେ।୨୦୨୦ ସୁଦ୍ଧା ଚାଷୀର ଆୟ ଦ୍ୱିଗୁଣିତ ନିମନ୍ତେ ରହିଥିବା ପଦକ୍ଷେପ ସଂପର୍କରେ କେନ୍ଦ୍ର ଗ୍ରାମ୍ୟ ମନ୍ତ୍ରାଳୟରୁ ଆସିଥିବା ଜେ .କେ.ମାଧବ ଓ ବି .ଆର.ଜୋସ, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କୋରାପୁଟର ଅଧ୍ୟକ୍ଷ କର୍ପୁର ହନ୍ତାଲ ଯୋଗଦେଇ ଉପସ୍ଥାପନା କରିଥିଲେ।ପ୍ରାଧାନମନ୍ତ୍ରୀଙ୍କ ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।କୋରାପୁଟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏଏଓ ମହେଶ ପାଢୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ଏହି କାର୍ଯ୍ୟାଶାଳାରେ ୨୦୦ ଚାଷୀ ଯୋଗଦେଇଥିଲେ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top