କୋରାପୁଟ ; ତା୦୯-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ )ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧିଙ୍କ ୧୦୦ ବର୍ଷପୂର୍ତି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆନୁକୁଲ୍ୟରେ ବାହାର କରାଯାଇଥିବା ଇନ୍ଦିରା ଜ୍ୟୋତି ଯାତ୍ରା ରଥକୁ କୋରାପୁଟସ୍ଥିତ ସର୍କିଟହାଉସ ନିକଟରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭବ୍ୟ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା ।କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଓ ପୂର୍ବତନ ବିଧାୟକ ନିମାଁଇ ସରକାର ଦେଓଘାଟି ନିକଟରେ ସମ୍ବର୍ନ୍ଧନା ଦେଇ କୋରାପୁଟକୁ ଆଣିଥିଲେ ।କୋରାପୁଟଠାରେ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷି ବାହିନିପତି , ପୂର୍ବତନ ଜିଲ୍ଲା ସଭାପତି ଶିବ ପଟନାୟକ , କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତ ,ନଗର ସଭାପତି ଭବାନୀ ଶଙ୍କର ମିଶ୍ର ,କମଳ ରାଥୋଡ , ଗୋପି ପଳେଇ ,ରମେଶ ବାଖ୍ୟା ,ପ୍ରମୋଦ ନାଗ ,କାଉନସିଲର ବିଜୟ କୁମାର ରାଓ , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଜଗଦୀଶ ଖୋସଲ୍ା ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମି କୋରାପୁଟଠାରେ ସମ୍ବର୍ନ୍ଧନା ଦେବା ପରେ ଏକ ମଟରସାଇକେଲ ଯୋଗେ ସହର ପରିକ୍ରମା କରିବା ପରେ କୋରାପୁଟ ବସଷ୍ଟାଣ୍ଡଠାରେ ସମ୍ବର୍ନ୍ଧନା ସଭା କରିଥିଲେ ।ଭାରତବର୍ଷର ସମ୍ମାନ , ସାହସ ଓ ସ୍ୱାଭିବାନର ପ୍ରତୀକ ସ୍ୱର୍ଗତା ଇନ୍ଦିରା ଗାନ୍ଧିଙ୍କୁ ସମ୍ମାନ ଜଣାଇବା ନିମନ୍ତେ ତାଙ୍କର ଶ୍ରାନ୍ଧଦିବସରୁ ଇନ୍ଦିରା ଜ୍ୟୋତି ଯାତ୍ରା ଆରମ୍ଭ କରାଯାଇଛି ବୋଲି କୋରାପୁଟ ବିଧାୟକ ଶ୍ରୀ ସଗରିଆ ପ୍ରକାଶ କରିଥିଲେ ।ଭାରତର ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ବାରତର ମାନଚିତ୍ରକୁ ବଦଳେଇ ପାରିଥିଲେ ବୋଲି ସେ ସୂଚନା ଦେଇଥିଲେ ।କୁନ୍ଦୁଲି ଗଣଦୁଷ୍କର୍ମମାମଲାକୁ ସରକାର ଚପେଇଦେବାକୁ ବସିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ଶ୍ରୀମତୀ ବାହିନିପତି , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ପଟନାୟକ ଓ କୋରାପୁଟ ମ୍ୟୁନସିପାଲଟିର ଅଧ୍ୟକ୍ଷ ଶ୍ରୀ ବାହିନିପତି ସ୍ୱର୍ଗତା ଗାନ୍ଧିଙ୍କ ସ୍ମୁତଚାରଣ କରିଥିଲେ ।ଓଡିଶା ପ୍ରଦେଶ କମିଟିର ଉପସଭାପତି ଲଲାଟେନ୍ଦୁ ମହାପାତ୍ର , ଅନୁସୂଚିତ ଜାତି ସେଲର ଉପାଧ୍ୟକ୍ଷ ବାଜ୍ଞାନିଧି ବେହେରା , ସଂପାଦକ ମାନସ ଆଚାଯ୍ୟ , ବୁଲୁ ସାହୁଙ୍କ ସହ ୫୦ ଜଣ କଂଗ୍ରେସ କର୍ମି ଓ ନେତା ଏଥିରେ ସାମିଲ ହୋଇଥିବା ଜଣାପଡିଛି ।ଏଥିପୂର୍ବରୁ କୋରାପୁଟ ବସଷ୍ଟାଣ୍ଡରେ ଥିବା ସହୀଦ ଲକ୍ଷ୍ଣଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ଆଜି ରଥ କୋରାପୁଟଠାରେ ରାତ୍ରୀଯାପନ କଲା ପରେ ଆସନ୍ତାକାଲି ଡୁମୁରିପୁଟ . ସୁନାବେଡା , ସେମିଲିଗୁଡା ଦେଇ ରାୟଗଡା ଅଭିମୁଖେ ଯିବ ବୋଲି ଜଣାପଡିଛି ।