ଓଡ଼ିଶା

କୋରାଇ ନାବାଳିକା ହତ୍ୟା ଏବଂ ଏଥିରେ ଜଣେ ନାବାଳକକୁ ହତ୍ୟାକାରୀ ଦର୍ଶାଇ ଗିରଫ କରିବା ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଏନଏଚଆରସି ପରେ ଏବେ ଜାତୀୟ ବାଳ ସୁରକ୍ଷା ଆୟୋଗ ବି କଲା ତନାଘନା:

ଯାଜପୁର ୨୩-୮ (ଓଡ଼ିଆ ପୁଅ/ଏ.ରାଉତ) ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ଫଜଲପୁର ଗ୍ରାମରେ ଜୁନ ୧୮ତାରିଖ ରାତିରେ ପିତାମାତାଙ୍କ ଅନୁପସ୍ଥିତିରେ ଜଣେ ୧୭ବର୍ଷିୟା ଦଳିତ ନାବାଳିକାଙ୍କୁ ହତ୍ୟାକାରୀ ଶବକୁ ପୋଖରୀରେ ଫିଙ୍ଗିଦେବା, ପ୍ରକୃତ ଦୁଇ ଅପରାଧୀଙ୍କୁ ଛାଡ଼ିଦେଇ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଥିବା ଜଣେ ୧୩ବର୍ଷୀୟ ନିର୍ଦୋଷ ନାବାଳକକୁ ହତ୍ୟାକାରୀ ଦର୍ଶାଇ ଗିରଫ କରିବା ସହ ତାଙ୍କୁ ଥାନାରେ ଇନ୍ସପେକ୍ଟର ଓ ଦୁଇ କନଷ୍ଟେବଳ ବଦ୍ୟୁତ୍ କରେଣ୍ଟ ଦେଇ ଏବଂ ଠେଙ୍ଗାରେ ପିଟି ସାଧା କାଗଜରେ କବୁଲନାମା ଲେଖାଇ ନେବା ଆଦି ଅଭିଯୋଗ କରି ଏଭଳି ଏକ ସ୍ପର୍ଶକାତର ଘଟଣାକୁ କୌଣସି ଏକ ଜାତୀୟସ୍ତରର ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ତଦନ୍ତ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସମେତ ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନ, ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କ ନିକଟରେ ଗତ ଜୁଲାଇ ୧୭ତାରିଖରେ ଆଇନୀଜୀବୀ ଶ୍ରୀ ଉଦୟନାଥ ସାହୁ ଆବେଦନ କରିଥିଲେ।

ଏହି ଆବେଦନର ଗୁରୁତ୍ୱକୁ ବିଚାରକୁ ନେଇ ଏହା ଉପରେ ପୂର୍ବରୁ ଜାତୀୟ ମାନବାଧିକାର କମିଶନରେ ଏକ ମାମଲା ପଞ୍ଜିକୃତ ହୋଇ ଯାଜପୁର ଏସପିଙ୍କଠାରୁ ୪ସପ୍ତାହ ମଧ୍ୟରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ ହୋଇଥିବା ବେଳେ ଜାତୀୟ ଅନୁସୂଚିତ ଜାତି କମିଶନରେ ମଧ୍ୟ ଅନୁରୂପ ଆଉ ଏକ ମାମଲା (ଡାଇରୀ ସଂଖ୍ୟା: ୧୯୫୭୦/ସିଆର/୨୦୧୮) ପଞ୍ଜିକୃତ ହୋଇଛି।

ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହି ଆବେଦନପତ୍ର ପ୍ରାପ୍ତ ହୋଇ ସଂଖ୍ୟା: ପିଏମଓପିଜି/ଡ଼ି/ ୨୦୧୮/ ୦୨୭୩୯୩୨ରେ ପଞ୍ଜିକୃତ ହୋଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ମାମଲାରେ ଠିକଣା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଛି। ଏବେ ପୁଣି ଜାତୀୟ ବାଳ ସୁରକ୍ଷା ଆୟୋଗ ବି ଏହି ମାମଲାକୁ ଅତି ଗଭୀରତାର ସହ ଗ୍ରହଣ କରିଥିବା ଜଣାପଡିଛି। ଆୟୋଗ ଶ୍ରୀ ସାହୁଙ୍କ ଆବେଦନକୁ ଗୁରୁତ୍ବ ଦେଇ ଏହାକୁ ଏକ ବିଚାରଯୋଗ୍ୟ ମାମଲା ଭାବେ ପଞ୍ଜିକୃତ (ଫାଇଲ ସଂଖ୍ୟା: ୯୫୯୫୮/୨୦୧୮- ୧୯/କମ୍ପ୍ଲେନ୍/୭୭୮୭୭) କରି ଆୟୋଗର ସଦସ୍ୟ ଯଶବନ୍ତ ଜୈନ ଗତ ଅଗଷ୍ଟ ୯ ତାରିଖରେ ଯାଜପୁର ଏସପିଙ୍କୁ ଏକ ପତ୍ର ଲେଖି ମାମଲା ଉପରେ ଅନୁରୂପ ଆକ୍ସନ ଟେକେନ୍ ରିପୋର୍ଟ ସହ ଏତଲା ଓ ଚାର୍ଜସିଟ୍ ସହିତ ଗିରଫ ନାବାଳକର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ତଲବ କରିଛନ୍ତି। ଏହି ପତ୍ର ପ୍ରେରଣ ତାରିଖର ୩୦ଦିନ ମଧ୍ୟରେ ହିଁ ଏସବୁ ଦସ୍ତାବଜ୍ ଆୟୋଗ ନିକଟରେ ଦାଖଲ କରିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top