ଗଞ୍ଜାମ

କୋଦଳାରେ ହର ପ୍ରସାଦ ସାହୁଙ୍କ ପ୍ରାକ୍ ନିର୍ବାଚନକୁ ଦୃଷ୍ଟିରେ ରଖି ସାଙ୍ଗଠନିକ ସଜବାଜ

କୋଦଳା -ରବିବାର ବେଗୁନିଆପଡା ବ୍ଲକ 23 ପଞ୍ଚାୟତର ହର ପ୍ରସାଦ ସମର୍ଥିତ ସମସ୍ତ ସରପଞ୍ଚ , ସମିତି ସଭ୍ୟ , ପ୍ରାର୍ଥୀ ହୋଇଥିବା କର୍ମକର୍ତ୍ତା , ତଥା ବରିଷ୍ଠ କର୍ମୀଙ୍କୁ ନେଇ ନିଜ ବାସଭବନ ଠାରେ ସାଧାରଣ ନିର୍ବାଚନ ସମ୍ବନ୍ଧିୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମାନେ ନିଜ ନିଜ ପଞ୍ଚୟତ ର ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଏନ ଏ ସି ଉପାଧ୍ୟକ୍ଷ ତଥା ଯୁବ ନେତା ହର ପ୍ରସାଦ ସାହୁ କହିଥିଲେ ଯେ ସଙ୍ଗଠନ କୁ ଦ୍ରୁଢିଭୁତ କରିବା ପାଇଁ ସମସ୍ତ କର୍ମୀ ଏକତ୍ରିତ ହୋଇ କାହାରି ଉପରେ ଅଲଗା ମନଭାବ ନରଖି ଭାଇ ଭାଇ ହୋଇ କାର୍ଯ କରିବା ସହିତ ତ୍ରୂଣମୂଳ ସ୍ତରକୁ ଯାଇ ପଞ୍ଚାୟତ ବାସୀଙ୍କୁ ଗୁରୁତ୍ଵ ଦେଇ ସେମାନଙ୍କ ଶିକ୍ଷ୍ୟା , ସ୍ଵାସ୍ଥ୍ୟ ସହିତ ନିଜକୁ ସାମିଲ କରି ସମସ୍ତ ଜନ ହିତକର କାର୍ଯରେ ଯୋଗଦାନ କରିବାକୁ ପରାମର୍ଶ ଦେଇଥିଲେ । ଗ୍ରାମବାସୀଙ୍କ ସହିତ ମିଶି ବିଭିନ୍ନ ସମାଜିକ କାର୍ଯ୍ୟ ଯଥା ଗ୍ରାମ ରାସ୍ତା ସଫା କରିବା , ରାସ୍ତା କଡ଼ରେ ବୃକ୍ଷ ରୋପଣ କରିବା ଓ ଅନ୍ୟାନ କାର୍ଯ୍ୟ ଉପରେ ଗୂରୂତ୍ଵରୋପ କରିବେ । ଆସନ୍ତା ସାଧାରଣ ନିର୍ବାଚନରେ ଯେପରି ଅଧିକ ରୁ ଅଧିକ ଭୋଟ ହର ବାବୁ ପାଇବା ସହିତ ବିଧାୟକ ଭାବେ ନିର୍ବାଚିତ ହେବେ ସେଥିପ୍ରତି ଗୁରୁତ୍ଵ ଦେବାକୁ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସଂକଳ୍ପ ନେଇଥିଲେ । ଏହି ବୈଠଜ ରେ ବ୍ଲକ ଉପାଧ୍ୟକ୍ଷ ଭ୍ରମର ବର ଭୁୟାଁ ସାଂସଦ ପ୍ରତିନିଧି ଲକ୍ଷ୍ମଣ କୁମାର ଗୌଡ଼ , ବଡ ଖଈରିଖମା ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ , ସମିତି ସଭ୍ୟ ବିଭୂତି ଭୂଷଣ ନାୟକ , ଚନ୍ଦନ ପୁର ପଞ୍ଚାୟତ ସରପଞ୍ଚ ମଧୁସୂଦନ ସାହୁ , ସମିତିସଭ୍ୟ ସୁବଳ ସାହୁ , କୁମ୍ଭାର ଗାଁ ସରପଞ୍ଚ ପ୍ରଶାନ୍ତ ତାରିଣୀ , ମର୍ଦକୋଟ ସରପଞ୍ଚ ପ୍ରତିନିଧି ଦୀପ୍ତି ପ୍ରକାଶ ନାୟକ , ସମିତିସଭ୍ୟ ପ୍ରତିନିଧି ପ୍ରଦୀପ କୁମାର ପୋଲାଇ , ବେଗୁନିଆପଡା ସମିତିସଭ୍ୟ ନାରାୟଣ ବେହେରା , ସରପଞ୍ଚ ପ୍ରାର୍ଥୀ ନିଲୁ ମାଝୀ , ଫାସି ସରପଞ୍ଚ ନବୀନ କୁମାର ଡଲେଇ , ସମିତିସଭ୍ୟ ଭଗବାନ ନାହାକ , k.ବରିଡା ସରପଞ୍ଚ ଚିତ୍ରସେନ ନାୟକ , ସମିତିସଭ୍ୟ ପ୍ରତିନିଧି ଦୁଷ୍ମନ୍ତ ଦାସ , s.ଛଚିନା ସମିତିସଭ୍ୟ ପ୍ରତିନିଧି ଚରଣ ନାୟକ , ମର୍ଦମେଖ ସମିତିସଭ୍ୟ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼ , ବୂରୂଝୂରି ସମିତି ସଭ୍ୟ ବିନାୟକ ନାୟକ , ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ପରିଡ଼ା , କାଳିମେଘି ସରପଞ୍ଚ ପ୍ରାର୍ଥୀ ବଳଭଦ୍ର ଜେନା , ସମିତିସଭ୍ୟ ପ୍ରତିନିଧି ଭାସ୍କର ପଣ୍ଡା , ଖଣ୍ଡିଆନଈ ସରପଞ୍ଚ ପ୍ରାର୍ଥୀ ପ୍ରତିନିଧି ରମେଶ ଚନ୍ଦ୍ର ପୋଲାଇ , ସମିତିସଭ୍ୟ ପ୍ରାର୍ଥୀ ପ୍ରତିନିଧି ରାଜ କିଶୋର ନାୟକ , ସୁମଣ୍ଡଳ ସରପଞ୍ଚ ପ୍ରାର୍ଥୀ ପ୍ରତିନିଧି ସୁବାଷ ଚନ୍ଦ୍ର ସାହୁଙ୍କ ସମେତ 200ରୁ ଅଧିକ ବରିଷ୍ଠ କର୍ମୀ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top