କୋଡିଙ୍ଗାମାଳି ଖଣି ସପକ୍ଷରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କୋରାପୁଟ ; ତା୧୪-୦୫-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଲକ୍ଷ୍ମିପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ଖଣି ସପକ୍ଷରେ ପ୍ରଭାବିତ ଅଂଚଳବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।ଖଣି ଖନନ ଓ ପରିବହନ ସଂପର୍କରେ ହଜାର ହଜାର ସମର୍ଥକ କୋରାପୁଟ ସହରରେ ଶୋଭଯାତ୍ରା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରୁଣ୍ଡ ହୋଇ ବାହାର ଲୋକ ପ୍ରବେଶକୁ ବିରୋଧ କରିବା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ରଙ୍କୁ ପ୍ରଦାନ କରିଥିଲେ।ସୂଚନାଯୋଗ୍ୟ ଯେ ଖଣି ଖନନକୁ ବିରୋଧ କରି ୧୫ ଦିନ ଆନ୍ଦୋଳନ ଚାଲିଥିଲା।

ସ୍ଥାନୀୟ ବାସିନ୍ଦାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ କିଛି ବାହାର ଲୋକ ଖଣିକୁ ୧୫ ଦିନ ବନ୍ଦ କରିଦେଇଥିଲେ ବୋଲି ତୋୟାପୁଟର ଗୋପାଳ ମହାନନ୍ଦିଆ ପ୍ରକାଶ କରିଥିଲେ।ଏହାଦ୍ୱାରା ପ୍ରଭାବିତ ଅଂଚଳର ପାରିପାର୍ଶିକ ବିକାଶ ହୋଇପାରିବ ତେଣୁ ଆମ୍ଭେମାନେ ଖଣି ଖନନକୁ ସମର୍ଥନ କରୁଛୁ ବୋଲି ସେ ସୂଚନା ଦେଇଥିଲେ।ସେହିପରି ମୁର୍କାର ଗ୍ରାମର ରାଜେନ୍ଦ୍ର ହୁଇକା ଓ ସରୋଜ ମହାନନ୍ଦିଆ ଖଣି ଖନନ ଦ୍ୱାରା ସ୍ଥାନୀୟ ବାସିନ୍ଦାମାନଙ୍କ ବିକାଶ ହୋଇପାରିବ ବୋଲି ପ୍ରକାଶ କରି ସମର୍ଥନ କରୁଛୁ ପ୍ରକାଶ କରିଥିଲେ।ଓଡିଆପେଣ୍ଠ, ଲକ୍ଷ୍ମିପୁର, ତୋୟାପୁଟ, ମୁର୍କାର, ଚଂପି, କାଶିପୁର ବ୍ଲକର ପୋଡାପୋଡୀ ଗ୍ରାମ ପଂଚାୟତର ସ୍ୱତନ୍ତ୍ର ବୈଠକ କରାଯାଇ ଓମସି ଦ୍ୱାରା କୋଡିଙ୍ଗାମାଳି ଖଣିରୁ ବକ୍ସସାଇଟ ଖନନ ଓ ପରିବହନ କରିବାକୁ ପ୍ରସ୍ତାବ ଗୃହୀତ ହେବା ସହ ଯେଉଁ ବାହାର ଲୋକ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୂକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *