କୋଡିଙ୍ଗାମାଳିଠାରେ ମାଓବାଦୀଙ୍କ ନାମରେ ଲାଲ ବ୍ୟାନର ମରାଯାଇଥିବା ବେଳେ ଗୋଟିଏ ଟ୍ରକ ପୋଡି

କୋରାପୁଟ ; ତା୧୪-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଲକ୍ଷ୍ମିପୁର ବ୍ଲକର କୋଡିଙ୍ଗାମାଳିଠାରେ ମାଓବାଦୀଙ୍କ ନାମରେ ଲାଲ ବ୍ୟାନର କିଛି ସ୍ଥାନରେ ମରାଯାଇଥିବା ବେଳେ ଗୋଟିଏ ଟ୍ରକ ପୋଡି ଦେଇଥିବା ଜଣାପଡିଛି ।ଖଣି ଖନନକୁ ବିରୋଧ କରାଯାଇଥିବା ବେଳେ ଖଣି ଅଂଚଳରେ ଥିବା ୨୨ ଖଣ୍ଡ ଗ୍ରାମର ସମସ୍୍ୟାକୁ ସମାଧାନ କରିବାକୁ ବ୍ୟାନରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି ।ଲାଲ ସଲାମ ନାମରେ ବ୍ୟାନର ମରାଯାଇଥିବା ବେଳେ କେଉଁ ସଂଗଠନ ତାହା ଉଲ୍ଲେଖ କରାଯାଇ ନ ଥିବା ଜଣାପଡିଛି ।ଗତକାଲି ରାତ୍ରୀ ୧୨ ଟା ସମୟରେ ଏହି ସବୁ ଘଟଣା ଘଟିଥିବା ବେଳେ ସାଇଡରେ ଅସଂଖ୍ୟ ଗାଡିଥିବା ବେଳେ ଗୋଟିଏ ଗାଡିକୁ କାହିଁକି ପୋଡିଲେ ଏବଂ ଏହା ମାଓବାଦୀଙ୍କ କାମ ନା କୈାଣସି ଅସାମାଜିକ ବ୍ୟକ୍ତିର କାମ ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ଚର୍ଚ୍ଚା ହେଉଛି ।ଲକ୍ଷ୍ମିପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ଲକ୍ଷ୍ମିପୁର ଉପଖଣ୍ଡ ପୋଲିସ ଅଧିକାରୀ ତପନ ରଥ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *