କୋଡିଏ ହଜାର ଟଙ୍କାନେଇ ଯୁବତୀ କଳାକାର ପ୍ରେମିକ ସହିତ ଚମ୍ପଟ – ଗ୍ରାମରେ ଉତ୍ତେଜନା

ପୋଲସରା ୬-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଞ୍ଜାମ ଜିଲ୍ଲା ପୋଲସରା ଠାରେ ଗତ ଦୁଇ ତାରିଖ ଠାରୁ ତେର ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଛି।ଏହିଯାତ୍ରା ଆସନ୍ତା ପଣା ସଂକ୍ରାନ୍ତି ଦିନ ସମାପ୍ତ ହେବ।ଏହି ପରି ପ୍ରେକ୍ଷୀରେ ପୋଲସରା ଥାନା ଅନ୍ତର୍ଗତ ମଥୁରା ଗ୍ରାମସ୍ଥିତ ମା ଦଣ୍ଡକାଳୀ ନାଟ୍ୟ ସଂସଦ ତରଫରୁ କୋଡିଏ ହଜାର ଟଙ୍କାରେ ଚୁକ୍ତିନାମା କରି କଟକ ବାଦାମବାଡ଼ି ଜଗନ୍ନାଥ ଲେନ ରହି ଅଭିନୟ କରୁଥିବା ଯୁବତୀ (୨୧) ଏବଂ ଯୁବତୀର ମା’ ଭଡାରେ ଅଭିନୟ କରିବା ପାଇଁ ଆସିଥିଲେ। ଏହି ମଧ୍ୟରେ ମଥୁରା ଦଣ୍ଡ ଭିନ୍ନଭିନ୍ନ ଦିବସରେ ଦଣ୍ଡଖେଳ କରିବା ସହିତ ରାତ୍ର ସମୟରେ ନାଟ୍ୟ ପରିବେଷଣ କରାଯାଇଥିଲା। ଉକ୍ତ ଚାରିଦିନ ନାଟକ ଗୁଡିକରେ ଏବି ଅଭିନେତ୍ରୀ (ପଳାୟନ କରିଥିବା ଯୁବତୀ) ଅଭିନୟ କରିଥିଲେ। ମାତ୍ର ଶୁକ୍ରବାର ଦିନ ତା:୦୬/୦୪/୨୦୧୮ ତାରିଖ ସନ୍ଧ୍ୟା ପାଞ୍ଚ ଘଟିକା ସମୟରେ ଅଭିନେତ୍ରୀ ପୂର୍ବରୁ ଯୋଜନା କରି ନିଜର ପ୍ରେମିକ ସହିତ ଯୁବତୀଙ୍କ ମାଆ ଏବଂ ଦୁଇଜଣ ଯୁବକ ଆସିଥିଲେ। ପୂର୍ବରୁ ଯିବାପାଇଁ ପ୍ରସ୍ତୁତ ହୋଇ ରହିଥିବା ଯୁବତୀ ଫେରାର ହେବାକୁ ଉଦ୍ୟମ କରୁଥିବାର ଜାଣିପାରି ସେହି ସମୟରେ ନାଟକରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ଯୁବତୀ କଳାକାର ବାରଣ କରିଥିଲେ, କିନ୍ତୁ ଉକ୍ତ ଯୁବତୀ ତାର ପ୍ରେମିକ ମିଳିତ ହୋଇ ଦୁଇଜଣ ଯୁବତୀ କଳାକାରଙ୍କୁ ଆକ୍ରମଣ କରି ଫେରାର ହେବାର ସକ୍ଷମ ହୋଇଥିଲା। ତେବେ ସେ ଏମିତି ବହୁ ମାତ୍ରାରେ ଠକାମି କରିବାରେ ସିଦ୍ଧହସ୍ତ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଏହି ଘଟଣାକୁ ନେଇ ମଥୁରା ଗ୍ରାମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *