କୋଟିପତି ଠକକୁ ଚଣ୍ଡିଖୋଲ ଜେଏମଏଫସିରେ ଜାମିନ

ଯାଜପୁର ୨୩-୧୦ (ଓଡିଆପୁଅ/ମାନସ ରାଉତ)ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଚଣ୍ଡିଖୋଲ ଜେଏମଏଫସିଙ୍କ କୋର୍ଟରେ ନଗଦ ୫୦ଲକ୍ଷ ଟଙ୍କାର ଅର୍ଥ ରାଶି ଜମା ଓ ୫୦ଲକ୍ଷ କରି ଦୁଇଜଣ ଜାମିନଦାରଙ୍କ ଜିମା ବଦଳରେ ଆଜି ୨ମାସିଆ ଅନ୍ତରୀଣ ଜାମିନରେ ଜେଲ୍ରୁ ମୁକୁଳିଲେ ଶିଳ୍ପପତି ଦିଲ୍ଲୀପ କୁମାର ଅଗ୍ରୱାଲ। ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଲର ଠାରେ ଥିବା ସାବିତ୍ରୀ ରାଇସ ମିଲର ମାଲିକ ତଥା କରଞ୍ଜିଆ ନିବାସୀ ଦିଲ୍ଳୀପଙ୍କୁ ଗତ ଅଗଷ୍ଟ ୧୯ତାରିଖରେ ଓଡିଶା ସିଭିଲ ସପ୍ଲାଇ କର୍ପୋରେସନକୁ ୨କୋଟି ୯୭ଲକ୍ଷ ୯୩ହଜାର ୫୭୦ଟଙ୍କା ଠକିଥିବା ନେଇ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେ ୨ମାସରୁ ଉର୍ଦ୍ଧ୍ଵ ହେଲା ଯାଜପୁର ସବ-ଜେଲରେ ରହୁଥିଲେ। ଧାନ ସଂଗ୍ରହ କରି ପ୍ରତିବଦଳରେ କର୍ପୋରେସନକୁ ଚାଉଳ ଯୋଗାଇବାକୁ ଚୁକ୍ତିନାମା କରି ଉପରୋକ୍ତ ମୂଲ୍ୟର ଚାଉଳ ନ ଯୋଗାଇଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଇତିମଧ୍ୟରେ ସେ ୨.୭୫କୋଟି ଟଙ୍କାର ପୋଷ୍ଟ ଡେ଼ଟେଡ଼ ଚେକ କର୍ପୋରେସନକୁ ପ୍ରଦାନ କରିଥିବା ହାଇକୋର୍ଟଙ୍କୁ ଜଣାଇଥିଲେ ମଧ୍ୟ କୋର୍ଟରେ ଜମା ହୋଇଥିବା ଉପରୋକ୍ତ ୫୦ଲକ୍ଷ ଟଙ୍କାକୁ କର୍ପୋରେସନ ନେବ ଏବଂ ମୋଟ ଠକେଇ ଅର୍ଥର ୭୫% ଅର୍ଥ ଏହି ୨ମାସ ମଧ୍ୟରେ ସେ କର୍ପୋରେସନକୁ ସେ ପୈଠ କରିବାକୁ ଗତ ୧୭ତାରିଖରେ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୪ତାରିଖକୁ ହାଇକୋର୍ଟ ସ୍ଥିର କରିଛନ୍ତି।

M Rout

i am journalist competed DJMC and work as a Social Worker VicePresident of Society for Heath Education Environment & integrated Development (SHEEID)

Leave a Reply

Your email address will not be published. Required fields are marked *