କୋଟିଆ ଗ୍ରାମପୁଞ୍ଜର ବିଭିନ୍ନ କେସ୍ ସଂପର୍କରେ ମାନବିକ ଅଧିକାର କମିଶନଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, ୨୦/୦୬ (ଓଡ଼ିଆ ପୁଅ) ରାଜ୍ୟ ମାନବିକ ଅଧିକାର ଆୟୋଗଙ୍କ ନିକଟରେ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସଂପର୍କରେ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ବିଭିନ୍ନ ମାମଲା ବାବଦରେ କୋରାପୁଟ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ବୀର କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

 

ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକାରର ଜନକଲ୍ୟାଣକାରୀ ଯୋଜନା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବିଧା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା, ଖାଉଟି କଲ୍ୟାଣ ଯୋଜନାର ସୁପରିଚାଳନା, ବିଦ୍ୟୁତିକରଣ, ମୋ କୁଡ଼ିଆ, ଇନ୍ଦିରା ଆବାସ, ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସଫଳ ରୂପାୟନ ସଂପର୍କରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲ। କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କୋଟିଆ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଜନକଲ୍ୟାଣକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା କୋଟିଆ ଅଞ୍ଚଳର ଜଣେ ହେଲେ ହିତାଧିକାରୀ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବେବୋଲି ବୈଠକରେ ପ୍ରତିଶ୍ରୁତି ଦେବା ସହ କୋଟିଆ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ଦୃଢ଼ ପଦକ୍ଷେପ ନେବେବୋଲି ଆୟୋଗଙ୍କ ନିକଟରେ ମତ ରଖିଥିଲ।

 

ସେହିପରି ଅନ୍ୟ ଏକ ମାମଲାରେ ସେହି ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେହି ସେବାଶ୍ରମର ଏକ ନାବାଳିକା ଛାତ୍ରୀଙ୍କୁ ଅନ୍ତସତ୍ତ୍ୱା କରିବା ମାମଲାର ସମୀକ୍ଷା ମଧ୍ୟ କରିଥିଲୋ ଉକ୍ତ ପୀଡ଼ିତା ଛାତ୍ରୀଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ୭୫ ହଜାର ଟଙ୍କା ସହ ମୋଟ ଏକ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ମିଶ୍ର ପୀଡ଼ିତାଙ୍କ ଶାରୀରିକ, ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କଠାରୁ ବୁଝିଥିଲୋ ବର୍ତ୍ତମାନ ପୀଡ଼ିତାଙ୍କ ଅବସ୍ଥା ଭଲ ଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଆୟୋଗଙ୍କୁ ଅବଗତ କରାଇଥିଲେ ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୀଡ଼ିତା ଚିକିତ୍ସିତ ହେଉଛନ୍ତି ବୋଲି କହିଥିଲ।

 

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି(ପୋଲିସ୍) ସିଦ୍ଧାର୍ଥ ନରଓ୍ୱାନୀ, କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍, ଆୟୋଗର ଅତିରିକ୍ତ ଏସ୍ପି ଅଶୋକ କୁମାର ବିଶ୍ୱାଳ, ଯୁଗ୍ମ ସଚିବ ଜ୍ୟୋତି ଏମ୍ ପ୍ରଧାନ, କୋରାପୁଟ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଧେଶକ ମହେଶ୍ୱର ନାୟକ, ଅତିରିକ୍ତ ଏସ୍ପି ଉଦ୍ଧବ ନାୟକ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କଅଁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଲଳିତ ମୋହନ ରଥ, ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର, ସାଉଥକୋର ନିର୍ବାହୀ ଯନ୍ତ୍ରୀ ଚାମନ୍ ଲାକ୍ରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ପଟାଙ୍ଗୀ ସିଡିପିଓ ଅନୁଭା ନାୟକଙ୍କ ସହ ରାଜ୍ୟର ବିଭିନ୍ନ ଆଇନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲ।

Leave a Reply

Your email address will not be published. Required fields are marked *