କୋଟିଆ ଗସ୍ତ କଲେ ଡିଆଇଜି / ପ୍ରସ୍ତାବିତ ଥାନା ନିର୍ମାଣ ନିମନ୍ତେ ଚିହ୍ନଟ ଜମି ପରିଦର୍ଶନ କଲେ

କୋରାପୁଟ ; ତା୧୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) କୋଟିଆକୁ ଆଜି ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଦାୟିତ୍ୱରେ ଥିବା ଡିଆଇଜି ଆଶିଷ ସିଂହ୍ ପରିଦର୍ଶନ କରିଛନ୍ତି। କୋରାପୁଟ ଏସପି ଡା.କନୱାର ଭିଶାଲ ସିଂହଙ୍କ ସହ ଡିଆଇଜି ମାଓ ଅଧ୍ୟୁଷିତ କୋଟିଆରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହ ନୂତନ ଥାନା ଗୃହ ନିର୍ମାଣ ନିମନ୍ତେ ଚିହ୍ନଟ କରାଯାଇଥିବା ଜମି ପରିଦର୍ଶନ କରିଥିଲେ।ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ,  ପଂଚାୟତ ନିର୍ବାହୀ ଅଧିକାରୀ ତିଲକ ଖେମୁଣ୍ଡୁ ଓ ଏପିଓ ସୈାମେନ୍ଦ୍ର ନାୟକ ଓ ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।କୋଟିଆରୁ ଫେରି ସେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ।ଥାନା ନିର୍ମାଣ ନିମନ୍ତେ ୩ ଏକର ଜମି ମିଳିଛି ଓ ଏହାର ମ୍ୟାପ ମିଳିଗଲେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଡିଆଇଜି ଆଶିଷ ସିଂହ୍ ଆଜି କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସ୍ଥାନୀୟ ବାସିନ୍ଦାକଂ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପୋଲିସ ପ୍ରତିଶୃତିବଦ୍ଧ ବୋଲି ସେ ସୂଚନା ଦେଇଥିଲେ।ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ଡାକ୍ତର ସିଂ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *