କୋଟିଆରେ ରଥଯାତ୍ରା

କୋରାପୁଟ ; ତା୧୫-୦୭-୧୮(ଓଡିଆପୁଅ/ରଂଜନ କୁମାର ଦାସ)ବିବାଦୀୟ କୋଟିଆରେ ଆଜି ମହା ଆଡମ୍ବର ସହକାରେ ରଥଯାତ୍ରା ପାଳିତ ହୋଇଯାଇଛି । ଆଦିବାସୀ ସଂସ୍କୃତିକୁ ନେଇ ମନ୍ଦିର ପ୍ରତିଷ୍ଠା କରା ଯାଇଥିବା ହେତୁ କୋଟିଆ ଜଗନ୍ନାଥ ମନ୍ଦିରରେ ମୁଗୁରି ତାଡିଙ୍ଗି ନାମକ ଜଣେ ଆଦିବାସୀ ପୂଜକ ଜଗନ୍ନାଥଙ୍କ ପୂଜାକାର୍ଯ୍ୟ ସମ୍ପାଦନା କରି ଆସୁଛନ୍ତି । ତେବେ ରଥ ଯାତ୍ରା ଉପଲକ୍ଷେ ମୁଗୁରି ତାଡିଙ୍ଗିଙ୍କ ସହ କୋରାପୁଟରୁ ଯାଇଥିବା ପ୍ରସାନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ । ରବିବାର ପୂର୍ବାହ୍ନ୍ନରେ ଆଦିବାସୀ ନୀତି ନିୟମ ପ୍ରକାରେ ପୂଜାର୍ଚନା ହେବା ପରେ ଆଦିବାସୀ ବାଦ୍ୟନୃତ୍ୟରେ ପହଣ୍ଡି କରାଯାଇ ଚତୁର୍ଦ୍ଧାମୁର୍ତୀଙ୍କୁ ରଥାରୁଢ କରା ଯାଇଥିଲା । ଗଂଜେଇପଦର ଗ୍ରାମର ଆଦିବାସୀ ଯୁବକ ସିଦେ୍ଧଶ୍ୱର ଗେମେଲ ଛେରା ପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ସମାରୋହରେ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି, ସେମିଲିଗୁଡା ବିଡିଓ ତ୍ରୀନାଥ ମାଝି , ତହସିଲଦାର ଡା.ଅରୁଣ କୁମାର ଖଣ୍ଡା, ପୂର୍ବତନ ସାସଂଦ ତଥା ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ରଘୁରାମ ପଡାଲ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗି, ଶାବର ଶ୍ରୀକ୍ଷେତ୍ର ପରିଚାଳନା କମିଟି ସମ୍ପାଦକ ଗଦାଧର ପରିଡା,ଉପ-ସଭାପତି ଡଃ.ପ୍ରଫୁଲ ଚନ୍ଦ୍ର ମହାପାତ୍ର, ତ୍ରିନାଥ ପାତ୍ର,ଭବାନୀ ଆଚାର୍ଯ୍ୟଙ୍କ ସମେତ ତିନି ହଜାରରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।କୋଟିଆ ପଂଚାୟତରନିର୍ବାହୀ ଅଧିକାରୀ ତିଲକ ଖେମୁଣ୍ଡୁ , ଜିଆରଏସ ଭୈାମ୍ୟ ରଂଜନ ନାୟଜ , ଏପିଓ ସୈାମେନ୍ଦ୍ର ନାୟକ ,ଜିପିଟିଏ ବି .କେ.ନନ୍ଦ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଥାଉକି ଓଡିଶା-ଆନ୍ଧ୍ର୍ର ସୀମାନ୍ତରେ ଅବସ୍ଥିତ କୋଟିଆ ଏକ ବିବାଦୀୟ ଅଂଚଳ ହୋଇଥିବାରୁ ଏଠାରେ ପଟ୍ଟାଙ୍ଗିର ତକ୍ରାଳୀନ ବିଡିଓ ମୂରଲୀଧର ସ୍ୱାଇଁଙ୍କ ପ୍ରଚେଷ୍ଟାରେ ଓଡିଶାର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଏକ ମନ୍ଦିର ସ୍ଥାପନା କରିଥିଲେ ।୨୦୦୨ ମସିହା ମେ ୧ ତାରିଖଦିନ କୋଟିଆରେ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ ।କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସହାୟତାରେ ମୂର୍ତି ଆସିଥିଲା ଓ ୨୦୦୨ ମସିହାରେ ରଥଯାତ୍ରା ଆରମ୍ଭ କରାଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ ।କୋରାପୁଟ ଜଗନ୍ନାଥ ମନ୍ଦିର ପରଚାଳନା କମିଟିର ସହାୟତାରେ ରଥଯାତ୍ରା କରାଯାଉଥିବାରୁ ଏଠାରେ ଆରମ୍ଭରୁ ରଥଯାତ୍ରାର ଗୋଟିଏ ଦିନ ପରେ ରଥ ଟଣା ହୋଇଆସୁଛି ସେ ସୂଚନା ଦେଇଥିଲେ । ଆନ୍ଧ୍ର ପ୍ରଶାସନ କୋଟିଆରେ ଅନୁପ୍ରବେଶ କରି ବାସିନ୍ଦାଙ୍କ ଅତି ନିକଟତର ହେଉଥିବା ନଜର କରାଯାଉଥିବା ବେଳେ ଚଳିତବର୍ଷ ରଥଯାତ୍ରାରେ ସଂଖ୍ୟାଧିକ ଭକ୍ତ ଯୋଗଦେଇଥିବାରୁ ଏହା ଜିଲ୍ଲାପ୍ରଶାସନ ତଥା ରାଜ୍ୟ ସରକାର ପାଇଁ ସାମନ୍ୟ ଆଶ୍ୱସ୍ତି ଆଣିପାରିଥିବା ଆଲୋଚନାର ଚର୍ଚ୍ଚା ପାଲିଟିଛି ।

Leave a Reply

Your email address will not be published. Required fields are marked *