କୋରାପୁଟ

କୋଟିଆରେ ଗ୍ରାମସଭା

କୋରାପୁଟ ; ତା୧୮-୦୪-୧୮ (ଓଡିଆପୁଅ/ରଂଜନ କୁମାର ଦାସ ) ଓଡିଶା-ଆନ୍ଦ୍ର ସୀମାରେ ଥିବା ବିବାଦୀୟ କୋଟିଆ ପଂଚାୟତରେ ଜିଲା ପ୍ରଶାସନ ପକ୍ଷରୁ ଆଜି ଗ୍ରାମସଭା ଅନୁଷ୍ଠିତ ହୋଇଛି । କୋଟିଆ ସରପଂଚ ସିଦେ୍ଧଶ୍ୱର ଗେମେଲଙ୍କ ଅଧ୍ୟକ୍ଷତାରେ ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଗ୍ରମସଭାରେ ପଟ୍ଟାଙ୍ଗି ବ୍ଲକର ସହକାରୀ ଯନ୍ତ୍ରୀ ରାଧେଶ୍ୟାମ ମେହେର , କର୍ମଚାରୀ ଓ ଅନ୍ୟାନ୍ୟ ଲାଇନ ବିଭାଗ ଅଧିକାରୀ,ସୁନାବେଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇ କୋଟିଆର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନା ଥାଉକି ବିବାଦୀୟ କୋଟିଆ ପଂଚାୟତର ବିକାଶ ନିମନ୍ତେ ରାଜ୍ୟ ସରକାର କିଛି ଦିନ ପୂର୍ବରୁ ୧୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ଉକ୍ତ ଅନୁଦାନରେ କୋଟିଆ ପଂଚାୟତର ମାଡକାର ନଦୀରେ ପୋଲ,ସମସ୍ତ ଗାଁକୁ ପକ୍କା ରାସ୍ତା,ସ୍କୁଲ ଗୃହ,ହୋଷ୍ଟେଲ, ସ୍ୱାସ୍ଥ୍ୟ କେନ୍ଦ୍ର,ଅଙ୍ଗନୱାଡି କେନ୍ଦ୍ର,କମୁ୍ୟନିଟି ସେଂଟର ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି । ତେଣୁ ଅନୁଦାନ ଆସିବା ପରେ କାମ ଆରମ୍ଭ କରା ଯିବାକୁ ଥିବାବେଳେ ସ୍ଥାନୀୟ ପଂଚାୟତ ପ୍ରତିନିଧି ଓ ଜନ ସାଧାରଣଙ୍କ ଦ୍ୱାରା ପ୍ରକଲ୍ପ ଗୁଡିକର ଅନୁମୋଦନ ନେବାକୁ ଆଜି ଗ୍ରାମସଭା ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top