କୋଟିଆରେ କିଓସ୍କ ବ୍ୟାଙ୍କ ଶାଖା ଖୋଲିଲା

କୋରାପୁଟ ; ତା୧୧-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋଟିଆ ପଂଚାୟତର ଲୋକମାନେ ବ୍ୟାଙ୍କ ସେବା ନିମନ୍ତେ ପଟ୍ଟାଙ୍ଗୀ ଯିବା ଆସିବା କରିବା ଦ୍ୱାରା ଅସୁବିଧାରେ ପଡୁଥିଲେ କିନ୍ତୁ ଏବେ ସେମାନଙ୍କ ନିକଟରେ ବ୍ୟାଙ୍କ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ଏକ କିଓସ୍କୋ ବ୍ୟାଙ୍କ ଖୋଲିଛନ୍ତି। ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏକ ଗ୍ରାହକ ସେବା କିଓସ୍କୋ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଉଦଘାଟନୀ ସମାରୋହରେ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି, ବିଡିଓ କରୁଣାକର ପ୍ରଧାନ, ଏପିଓ ସୈାମେନ୍ଦ୍ର ନାୟକ, ଜିଲା ପରିଷଦ ସଦସ୍ୟ ଡୁମୁରୀ ଖୀଲ, କୋଟିଆ ସରପଂଚ ବିଶ୍ୱନାଥ ଖୀଲ, ସମିତି ସଭ୍ୟା କୁମାରୀ ଲାସ୍କା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆଂଚଳିକ ମ୍ୟାନେଜର ଶୁଭେନ୍ଦୁ କୁମାର ରାଜଗୁରୁ . ପଟ୍ଟାଙ୍ଗୀ ଉତ୍କଳ ବ୍ୟାଙ୍କ ଶାକା ପରିଚାଳକ ରଂଜନୀକାନ୍ତ ପଣ୍ଡା . ପୋଡାଗଡଶାକା ପରିଚାଳକ ସୁଶାନ୍ତ କୁମାର ପଣ୍ଡା ଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

କୋଟିଆରେ ୟୁଜିବି ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ହେବା ଦ୍ୱାରା ପଂଚାୟତ ବାସିନ୍ଦା ନିଜ ଅଂଚଳରେ ବ୍ୟାଙ୍କ ସେବା ପାଇ ପାରିବେ ବୋଲି ବିଧାୟକ ପାଙ୍ଗୀ ସୂଚନା ଦେଇଥିଲେ।ଏ ପଂଚାୟତର ବାସିନ୍ଦା ହୋଇଥିବାରୁ ମୁଁ ଏକ ଆକାଉଟଂ ଖୋଲିଲି ବୋଲି ସେ ପ୍ରକାଶ କରିଥିଲେ। ଆଗ ମାଟି ତା ପରେ ଅନ୍ୟ କୈାଣସି ଉପରେ ଚିନ୍ତା କରାଯାଇପାରେ ବୋଲି ସେ ପ୍ରକାଶ କରିବା ସହ କୋଟିଆର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସଦାସର୍ବଦା କାମ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *