ଓଡ଼ିଶା

କୋଟିଆରେ ଉତ୍କଳ ସମିଳନୀ କେନ୍ଦ୍ରୀୟ କମିଟି

କୋରାପୁଟ ; ତା୩୦-୦୪-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଓଡିଶା-ଆନ୍ଦ୍ର ସୀମା ବିବାଦୀୟ କୋଟିଆ ପଂଚାୟତରେ ସୋମବାର ଉତ୍କଳ ସମିଳନୀ କେନ୍ଦ୍ରୀୟ କମିଟିର ଏକ ପ୍ରତିନିଧି ଦଳ ଗସ୍ତ କରି ଅଂଚଳବାସୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ଉତ୍କଳ ସମିଳନୀ କେନ୍ଦ୍ରୀୟ କମିଟି ସଭାପତି ଆଦିତ୍ୟ ପାତ୍ରଙ୍କ ନେତୃତ୍ୱରେ ଉପ-ସଭାନେତ୍ରୀ ଉଷାରାଣୀ ମହାନ୍ତି, ସମ୍ପାଦକ ଅନନ୍ତ ପ୍ରସାଦ ଜେନା, ନବୀନ ମଣ୍ଡଳ, କୋରାପୁଟ ଜିଲା ଶାଖା ଉପ-ସଭାପତି ମଦନ ମୋହନ ନାୟକ, ବିମଳ ଚନ୍ଦ୍ର ଷଡଙ୍ଗି, ପ୍ରଫୁଲ ଦାଶ, ରାଜ୍ୟ ଉପ-ସଭାପତି ବିନୋଦ ମହାପାତ୍ର ପ୍ରମୁଖ କୋଟିଆ ଗସ୍ତ କରିଥିଲେ। ପଂଚାୟତ କାର୍ଯ୍ୟାଳୟ ମଣ୍ଡପରେ ଅନୁଷ୍ଠିତ ବୈଠକରେ ପ୍ରତିନିଧି ଦଳ ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ ଜ୍ୟୋତି ପାଙ୍ଗି, ବିଡିଓ କରୁଣାକର ପ୍ରଧାନ, ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଲାଇବ୍ରେରିଆନ ସତ୍ୟ ନାରାୟଣ ପ୍ରଧାନ, ସରପଂଚ ବିଶ୍ୱନାଥ ଗେମେଲ, ଯୁବ ସମାଜସେବୀ ରଂଜିତ ପାଙ୍ଗିଙ୍କ ସହ ଗତ ତିନି ମାସରେ କୋଟିଆରେ କରା ଯାଇଥିବା ବିକାଶ ମୂଳକ କାମ ଉପରେ ଆଲୋଚନା କରିଥିଲେ। କୋଟିଆରେ ଜିଲା ପ୍ରସାସନ ତରଫରୁ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଓଡିଶା ସରକାର ସେମାନଙ୍କ ପାଇଁ ଦେଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ। ପ୍ରତିନିଧି ଦଳ ମଙ୍ଗଳବାର ବିବାଦୀୟ ଗ୍ରାମ ନେରେଡିୱାଲାସା ଗସ୍ତ କରିବାର ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top