Home ଓଡ଼ିଶା କୋଟିଆଠାରେ ଡାକ୍ତରଖାନା ନିର୍ମାଣ ନିମନ୍ତେ ଜମି ଚିହ୍ନଟ

କୋଟିଆଠାରେ ଡାକ୍ତରଖାନା ନିର୍ମାଣ ନିମନ୍ତେ ଜମି ଚିହ୍ନଟ

85

କୋରାପୁଟ ; ତା୦୫-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ବିବାଦୀୟ କୋଟିଆଠାରେ ଡାକ୍ତରଖାନା ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜମି ଚିହ୍ନଟ କରାଯାଇଥିବା ଜଣାପଡିଛି ।କୋଟିଆ ପଂଚାୟତ ସମ୍ମୁଖରେ ୩ ଏକର ଜମିକୁ ଆଜି ଚିହ୍ନଟ କରାଯାଇଥିଲା ।କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ , କୋଟିଆ ମେଡିକାଲ ଅଫିସର ତାପସ କୁମାର ପଣ୍ଡା , ଏନଆରଏଚଏମ ସହକାରୀ ଯନ୍ତ୍ରୀ ଶଶାଙ୍କ ଶେଖର ସାହୁ ,ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା , ଆରଆଇ କୈଳାସ ଗାଦବା ପ୍ରମୁଖ ଉପସ୍ଥିତଥିଲେ ।ସେହିପରି ବିଏସଏନଏଲ ଟାଓାର ନିର୍ମାଣ ନିମନ୍ତେ ମଧ୍ୟ ଜମି ଚିହ୍ନଟ କରାଯାଇଥିଲା ।ବିଏସଏନଏଲ ଏଜିଏମ ଲକ୍ଷ୍ମଣ ମେହେର ଓ ଜେଟିଓ ଭବାନୀ ପ୍ରସାଦ ସାହୁ ଉପସ୍ଥିତ ଥିଲେ ।ଡାକ୍ତରଖାନା ନିର୍ମାଣ ନିମନ୍ତେ ୬୦ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରୀୟା ମଧ୍ୟ ଶେଷ ହୋଇଯାଇଥିବା ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.