ଜିଲ୍ଲା ପରିକ୍ରମା

କୋଚିଆଙ୍କୁ ପ୍ରୋତ୍ସାହନ, ମଦମୃତ୍ୟୁ ଆଶଙ୍କା

ପୁରୀ, ୨୨/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ ପୁରୀ ଜିଲ୍ଲାର ବିଭିନ୍ନ ଅଚଂଳରେ ନକଲି ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ସ୍ଥାନୀୟ ଅବକାରୀ ଅଧିକାରୀ ଓ ପୁଲିସ ଜ୍ଞାତସାରରେ ଏଭଳି କାରବାର ଚାଲିଛି। ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗଂଜାମ ଅଂଚଳରୁ କୃଷ୍ଣପ୍ରସାଦ ଓ ଚିଲିକା ଦେଇ ବିପୁଳ ପରିମାଣର ଚୋରା ମାଦକ ଦ୍ରବ୍ୟ ଆସୁଥିବା ବେଳେ ଜଗତସିଂହ ଦେବୀ ନଦୀ ପାର ହୋଇ ପୁରୀ ଏବଂ କଟକ ଜିଲ୍ଲାର କେତେକ ଅଂଚଳକୁ ଅପମିଶ୍ରିତ ନକଲି ମଦ ଆସୁଛି। ବିଭାଗୀୟ ଅଧିକାରୀ ମାନେ କେତେକ ଲାଇସେନ୍ସପ୍ରାପ୍ତ ଦୋକାନୀକୁ କୋଚିଆଙ୍କ ଜରିଆରେ ମଦ ବିକ୍ରି କରିବାକୁ ସୁଯୋଗ ଦେଉଥିବା ବେଳେ ଏହି ଆଳରେ ଅପମିଶ୍ରିତ ମଦ ବିକ୍ରେତାମାନେ ନକଲି ମଦ ବିକ୍ରି କରିବାର ସୁଯୋଗ ପାଉଛନ୍ତି। ବ୍ରହ୍ମଗିରୀ ଓ କୃଷ୍ଣପ୍ରସାଦ ଅଂଚଳର ବିଭିନ୍ନ ତେଜରାତୀ ଓ ପାନଦୋକାନ ଗୁଡିକରେ ବେଆଇନ୍ ମଦ କାରବାର ଚାଲିଛି। ସେହିପରି ପୁରୀସହରର କେତେକ ଗଳି କନ୍ଦିରେ ଏଭଳି କାରବାର ଚାଲୁଥିବା ବେଳେ ଚନ୍ଦନପୁର ବଜାର ଓ ରାସ୍ତା କଡରେ ଥିବା ଢାବା ଗୁଡିକରେ ଅବାଧରେ ଚୋରାମଦ ବିକ୍ରି ହେଉଛି। ଏତଦ୍ବ୍ୟତୀତ ପିପିଲି, ଡେଲାଙ୍ଗ, କଣାସ, ବଳଙ୍ଗା, ସତ୍ୟବାଦୀ, ନିମାପଡା, ଗୋପ, ପଲ୍ଲୀ ଛକ, ନୟାହାଟ, କାକଟପୁର, ଅସ୍ତରଙ୍ଗ ପ୍ରଭୃତି ଅଚଂଳରେ ଥାନା ଫାଣ୍ଡି ଠାରୁ ସ୍ୱଳ୍ପ ଦୂରରେ ଖୋଲମଖୁଲା ମଦ ବିକ୍ରି ହେଉଛି। ଅବକାରୀ ବିଭାଗର କେତେକ ନିର୍ଦ୍ଦଷ୍ଟ ଅଧିକାରୀ କୋଚିଆମାନଙ୍କ ଠାରୁ ମାସିକିଆ ପାଉଣା ନେଇ ଚୋରା ମାଦକ ଦ୍ରବ୍ୟ କାରବାର ପ୍ରତି ପ୍ରୋତ୍ସାହାନ ଦେଉଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ ଚୋରା ମାଦକ ଦ୍ରବ୍ୟ କାରବାର ହେଉଥିବା ଅବକାରୀ ବିଭାଗର ଜଣେ ଅଧିକାରୀ ସ୍ୱୀକାର କରିଛନ୍ତି। ତେବେ କେତେକ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କୁ ମିଳୁଥିବା କୋଟାକୁ ନିଜ ନିଜର ଦୋକାନରେ ବିକ୍ରି କରିପାରୁ ନଥିବାରୁ ସେମାନେ କୋଚିଆ ବିକ୍ରେତା ନିଯୁକ୍ତି କରିବାକୁ ବାଧ୍ୟ ହେଉଥିବା ମତଦେଇଛନ୍ତି। କିନ୍ତୁ ଅନ୍ୟଜିଲ୍ଲାରୁ ନକଲି ମଦ ଆସୁଥିବା ଘଟଣାକୁ ଏଡାଇ ଦେଇ ସଂପୃକ୍ତ ଅଧିକାର ଜଣକ କହିଛନ୍ତି ଯେ ଲାଇସେନ୍ସ ପ୍ରାପ୍ତ କେତେକ ଦୋକାନୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଜ୍ଞାତସାରରେ ଏଭଳି ଚୋରା ମାଦକ ଦ୍ର୍ରବ୍ୟ ବିକ୍ରି ହେଉଥିବା ସେ ସ୍ୱୀକାର କରିଛନ୍ତି। କେତେକ ଅବକାରୀ ଅଧିକାରୀ ଦିର୍ଘ ଦିନ ଧରି ଜିଲ୍ଲାରେ ଆଡ୍ଡା ଜମାଇଥିବାରୁ କୋଚିଆଙ୍କୁ ମଦ ବିକିବାର ସୁଯୋଗ ଆଳରେ ସଂସ୍କୃତି ସଂପନ୍ନ ପୁରୀ ଜିଲ୍ଲାରେ ଯେ କେହି ମୁହୁର୍ତରେ ଅପମିଶ୍ରିତ ମଦ ମୃତ୍ୟୁ ଘଟିବାର ସମ୍ଭାବନା ସୃଷ୍ଟି ହୋଇଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top