କୋକୋପାମ୍ ରୁ ବଳିଆପଣ୍ଡା: ନିର୍ମାଣ ହେବ ସମୁଦ୍ର ପ୍ରାଚୀର

ପୁରୀ:୩୦/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ସମୁଦ୍ର ଗତ ୧୨ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଅବକ୍ଷୟ ହେବାରେ ଲାଗିଛି। ବେଳାଭୂମିରେ ପାଣି ମାଡି ଧୋଇ ହୋଇଯାଇଛି। ୨୦୦୬ରେ ପୁରୀ ବେଳାଭୂମୀ ଅବକ୍ଷୟ ହୋଇଥିଲା। ଏପରି କି କୋକୋପାମ୍ ଛକରୁ ବଳିଆପଣ୍ଡା ରାସ୍ତାକୁ ସମୁଦ୍ର ଧୋଇ ନେଇଥିଲା। ୨୦୧୬ ଅଗଷ୍ଟରେ ସ୍ୱର୍ଗଦ୍ୱାର ସମ୍ମୁଖରେ ପୁଣି ବେଳାଭୂମୀ ଅବକ୍ଷୟ ହୋଇଥିଲା। ପରବର୍ତ୍ତୀ ସମୟରେ ବେଳାଭୂମୀର ପୂର୍ବସ୍ଥିତି ଫେରି ଆସିବାରୁ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଭାବି ସମସ୍ତେ ଚୁପ୍ ରହିଥିଲେ। ଏବେ ଗତ କିଛିଦିନ ହେବ ପୁଣି ସ୍ୱର୍ଗଦ୍ୱାର ନିକଟରେ ବେଳାଭୂମି ଅବକ୍ଷୟ ଦେଖାଦେଇଛି। ତେବେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା ହୋଇଥିବାରୁ ଜିଓ ସିନ୍ଥେଟିକ୍ ପ୍ରାଚେରୀ ନିର୍ମାଣ କରାଯିବାର ଆବଶ୍ୟକତା ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ତେବେ ଆଇ.ସି.ଜେ.ଏମ୍ .ଏଫ୍ ପ୍ରକଳ୍ପ ଜରିଆରେ ବେଳାଭୂମି ଅବକ୍ଷୟ ରୋକିବା ଲାଗି ହୋଟେଲ କୋକୋପାମ୍ ଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ସମୁଦ୍ର ପାଚେରୀ ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *