ଅନୁଗୁଳ

କୋଇଲା ୱାସରିକୁ ଚଳାଚଳ କରୁଥିବା ଯାନ ଉପରେ ପରିବହନ ନୀତି କଡ଼ାକଡ଼ି ଲାଗୁ କରିବାକୁ ଦାବି

ତାଳଚେର, ୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେରର ବିଭିନ୍ନ କୋଇଲାଖଣିରୁ ସ୍ଥାନୀୟ କୋଇଲା ୱାସରି ପ୍ଲାଂଟକୁ ଚଳାଚଳ କରୁଥିବା ହାଇୱା ଏବଂ ଡମ୍ଫର ଆଦି ଯାନ ଉପରେ ପରିବହନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରଗତି (ପ୍ରୋଜେକ୍ଟ ଫର୍ ରୁରାଲ ରିକନଷ୍ଟ୍ରକସନ ଆଂଟି ପଲ୍ୟୁସନ ଗ୍ରିଭାନ୍ସ ଏଡ଼ ଆଣ୍ଡ ଟ୍ରେଡ଼ ଇମ୍ପଲିମେଣ୍ଟସନ)ପକ୍ଷରୁ ଦାବି କରାଯାଇ ଏ ସମ୍ବନ୍ଧରେ ତାଳଚେର ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପରିବହନ ସଚିବଙ୍କୁ ଆଜି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଜିଲ୍ଲାରେ ତାଳଚେର ଉପଖଣ୍ଡରେ କୋଇଲାଖଣି ଭରି ରହିଥିବା ବେଳେ ବିଭିନ୍ନ ରାଜ୍ୟରୁ ଲୋକେ ଏଠାକୁ ଆସି ଜୀବିକା ନିର୍ବାହ କରୁଛନ୍ତି। ତେବେ ବିଶୁଦ୍ଧ କୋଇଲାର ଚାହିଦା ଅଧିକ ରହିଥିବାରୁ ଏଠାରେ ଅନେକ କୋଲ ୱାସରି ମଧ୍ୟ ଗଢ଼ିଉଠିଛି। ଅନେକ ସମୟରେ ଏହି ୱାସରିଗୁଡ଼ିକ ନିଜର ଅତିଶୟ ଲାଭକୁ ଦୃଷ୍ଟିରେ ରଖି ନିୟମ ବିରୁଦ୍ଧ କାର୍ଯ୍ୟ କରୁଛନ୍ତି। ସେମାନେ ଗ୍ରାମଂଚଳ ରାସ୍ତାକୁ ବ୍ୟବହାର କରୁଥିଲେ ସୁଦ୍ଧା ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି। ତାଳଚେରର କଙ୍କିଳି, ଡଅଁରା ଓ ଟେଂଟୁଲେଇ ଅଂଚଳରେ ସ୍ଥାପିତ କୋଲ ୱାସରି ପ୍ଲାଂଟରୁ ପରିବାହିତ କୋଇଲା ଯୋଗୁଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଇଲା ବୋଝେଇ ଗାଡ଼ିଗୁଡ଼ିକ ଧନଜୀବନ ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି। ଏପରିକି ହାଇୱା ଏବଂ ଡମ୍ଫରକୁ ପାଲ ଘୋଡ଼ାଇ କୋଇଲା ପରିବହନ କରାଯାଉନି। ଫଳରେ ସ୍ଥାନୀୟ ଅଂଚଳ ବ୍ୟାପକ ଭାବେ ପ୍ରଦୁଷିତ ହୋଇଚାଲିଛି। ବ୍ୟବସାୟୀଙ୍କ ବେନିୟମ କାର୍ଯ୍ୟକଳାପ ଯୋଗୁଁ ଅନେକ ସମୟରେ କୋଇଲା ବୋଝେଇ ଗାଡ଼ି ଗୁଡ଼ିକ ଦୁର୍ଘଟଣାଗ୍ରସ୍ତ ହୋଇ ଜନସାଧାରଣ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ବୋଲି ସଙ୍ଗଠନ ଅଭିଯୋଗ କରିଛି। ଏହି ସମସ୍ୟା ତଥା ଅସୁବିଧା ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ନିଆଯାଇନି। ଫଳରେ ଲୋକେ ଗଭୀର ଅସନ୍ତୋଷ ପ୍ରକଟ କରିବା ଆରମ୍ଭ କରିଛନ୍ତି। ତେବେ ଯଥାଶୀଘ୍ର କୋଲ ୱାସରିଗୁଡ଼ିକ ପାଇଁ ପରିବହନ ନୀୟମକୁ କଡ଼ାକଡ଼ି ଲାଗୁ କରାଯିବା ତଥା ନିୟମିତ ବ୍ୟବଧାନରେ ପରିବହନ ଗାଡ଼ିଗୁଡ଼ିକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦେବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। ତେବେ ଆଗାମୀ ୧ମାସ ମଧ୍ୟରେ ଏ ସମ୍ପକରେ କୈାଣସି ପଦକ୍ଷେପ ନିଆନଗଲେ ସଙ୍ଗଠନ ତରଫରୁ ସ୍ଥାନୀୟ ଆର.ଟି.ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଏହାର ସଭାପତି ଜ୍ୟୋତିର୍ମୟୀ ସାହୁ, ସମ୍ପାଦକ ପ୍ରଭାତ କୁମାର ରଥ, ସଦସ୍ୟ ରାଜକିଶୋର ସାହୁ, ଭୁପେନ ଥମ୍ବ ପ୍ରମୁଖ ଚେତାବନୀ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top