କୋଇଲା ଚୋରିକୁ ନେଇ ୧୨ ଜଣରୁ ଉର୍ଦ୍ଧ୍ୱ ଦୁର୍ବୁତଙ୍କ ନାମରେ ଥାନାରେ ଏତଲା

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – କୋଇଲା ଚୋରିର ପେଣ୍ଠ ସ୍ଥଳ ସାଜିଥିବା ଧାମରାରୁ ଭଦ୍ରକ ଅଭିମୁଖେ ଯାଉଥିବା ରେଳଲାଇନ ଉଭୟ ପାଶ୍ୱର୍ରେ ଥିବାଗ୍ରାମଗୁଡିକ ଚଳଚଂଚଳ ହୋଇପଡିଛି। ଗତ ସପ୍ତାହରେ ଭଦ୍ରକ ଆରକ୍ଷୀ ଅଧିକାରୀ ରାଜେଶ ପଣ୍ଡିତଙ୍କ ରେଳଲାଇନ ତଦାରଖ ତଥା ବ୍ୟାପକ କୋଇଲା ଚୋରି ପରିଦର୍ଶନ କରିବା ପରେ ପୁଲିସ କୋଇଲା ଚୋରିକୁ ରୋକିବାନେଇ ବିହିତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ୧୨ ତାରିଖ ଦିନ ପ୍ରାତଃ ୮ ଘଟିକା ୩୦ ମିନିଟ ସମୟରେ ବଳସାହିମୌଜା ଦେଇ ଯାଇଥିବା ରେଳଲାଇନରେ ୪୦ ରୁ ୫୦ ଜଣ ସ୍ଥାନୀୟ ଯୁବକ ପାଶ୍ୱର୍ବର୍ତ୍ତୀ ବିଜୁଳିଖୁଂଟିରେ ଲୁହା ଆଙ୍କୁଡାସାହାଯ୍ୟରେ କୋଇଲା ବୋଝେଇ ଟ୍ରେନରୁ କୋଇଲା ଲୁଟ୍କରୁଥିଲେ। ଏହା ଦେଖିବା ପରେ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ବିରୋଧ କରିବାରୁ ଉତ୍ୟକ୍ତ ଲୋକେ ମାଡମାରିବା ସହ ଗାଳିଗୁଲଜ କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଉକ୍ତ ସୁରକ୍ଷାକର୍ମୀଙ୍କ ବହୁଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହକିଛିଟଙ୍କା ଲୁଟିନେଇଥିଲେ। ଏହାକୁ ଆଧାର କରିବାଂଶଡା ଥାନାରେ କେଶ୍ ନମ୍ବର ୧୭୫-୧୮ ଆଇପିସି ଧାରା ୩୯୫ (ଡକାୟତି) ରେ ଏକ ମାମଲା ରୁଜୁ କରାଯାଇଛି। ବାଂଶଡା ଥାନା ଅଧିକାରୀ ରମେଶଚନ୍ଦ୍ର ସିଂହ ଘଟଣାର ତଦନ୍ତ ଜାରିରଖିଛନ୍ତି। ସୂଜନାଯୋଗ୍ୟଯେ ଧାମରା ଭଦ୍ରକ ରେଳପଥରେ ବାରମ୍ବାର କୋଇଲା ଲୁଟ୍କରୁଥିବାର ନଜିର ଥିବା ସଙ୍ଗେସଙ୍ଗେ ଜୀବନକୁ ବାଜିଲଗାଇ ବିଜୁଳିପୋଲରେ ଚଢି କୋଇଲା ଚୋରିକରିବା ସମୟରେ ବହୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଛନ୍ତି। ଏହାସତ୍ୱେ ଦିନକୁ ଦିନ ସୁଚିନ୍ତିତ ଯୋଜନା ଏବଂ ଅଭିନବ ଉପାୟରେ ବାଉଁଶ ଓ କାଠଲୁହା ଅଙ୍କୁଡା ଦ୍ୱାରା ଚଳନ୍ତି ଟ୍ରେନରୁ କୋଇଲା ବାହାର କରୁଥିବାର ୁରେଲଧାରଣାରେ କୋଇଲା ଜମାହୋଇ ରହୁଛି। ଏହା ଦ୍ୱାରା ରେଳ ଦୁର୍ଘଟଣା ହେବାର ସମ୍ଭାବନା ଦେଖାଦେଉଛି। ଏପରି କି ବନ୍ଦରରେ କୋଇଲା ବଗି ଗୁଡିକରେ ବିଭିନ୍ନ କମ୍ପାନୀ ଦ୍ୱାରା ଯେତିକି ପରିମାଣର କୋଇଲା ଆମଦାନୀ କରୁଛନ୍ତି ଧାମରାରୁ ଭଦ୍ରକ ଅଭିମୁଖେରେଳଗାଡି ପହଁଚିଲାବେଳକୁ ସେତିକି ପରିମାଣର କୋଇଲା ରହୁ ନାହିଁ ବୋଲି ବିଭିନ୍ନ କମ୍ପାନୀ ଅଭିଯୋଗ କରିଛନ୍ତି। ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ନେବା ସଙ୍ଗେସଙ୍ଗେ ଜିଲ୍ଲା ଆରକ୍ଷୀ ଅଧିକାର ସମସ୍ତ ଥାନା ଅଧିକାରୀ ଙ୍କ କାଇଲା ଚୋରିସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହକୋଇଲା ଚୋରିରେ ବ୍ୟବହୃତ ଯାନବାହନ ଓ ଦୁର୍ବୁତମାନଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ନିମିତ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ପଣ୍ଡିତଙ୍କ କୋଇଲା ଚୋରିକୁ ରୋକିବା ଦିଗରେ ନେଇଥିବା କଡା ପଦକ୍ଷେପ ଗୁଡିକୁ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜିବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *