ସମ୍ବଲପୁର, ୮/୯ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଳା ହୀରାକୁଦ ସ୍ଥିତ ହିଣ୍ଡାଲକୋ ପ୍ଲାଣ୍ଟକୁ ୧୨ ଟନ୍ ଚୋରା କୋଇଲା ବୋଝେଇ କରି ଆସୁଥିବା ଓଆର୧୪କ୍ୟୁ ୮୫୫୫ ନମ୍ବର ଟ୍ରକ୍କୁ ଅଇଁଠାପାଲି ଥାନା ପୁଲିସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଟ୍ରକ୍ର ଡ୍ରାଇଭର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କର୍ଡାବାହାଲର ଅନୁପମ ସାହୁ (୨୫) ଓ କଣିହାଁ ଥାନା ଅନ୍ତର୍ଗତ କାକୁଡ଼ିଆର ଉମାକାନ୍ତ ଓରଫ୍ କାଳିଆ ସାମଲ (୩୩), ହେଲପର କାକୁଡ଼ିଆର ବାପୁନ୍ ସାମଲ (୨୦) ଏବଂ ଚୋରିରେ ସଂପୃକ୍ତ କଣିହାଁ ଥାନା ଅନ୍ତର୍ଗତ ବଇଣ୍ଡାର ଆର୍ତ୍ତ ବେହେରା (୩୫)। ବିନା କାଗଜପତ୍ରରେ ଉପରୋକ୍ତ ଟ୍ରକରେ କୋଇଲା ପରିବହନ ହେଉଥିବା ବେଳେ ଅଇଁଠାପାଲି ଥାନା ପୁଲିସ ଟ୍ରକ୍କୁ ଅଟକାଇ ଯାଞ୍ଚ କରିବାରୁ ତାହା ଚୋରି କୋଇଲା ହୋଇଥିବା ଜଣାପଡ଼ିଥିଲା। ପୁଲିସ ଏହି କୋଇଲା ଚୋରା ଚାଲାଣରେ ପାଇଲଟିଂ କରୁଥିବା ଓଡ଼ିଏୟୁ ୫୭୯୭ ନମ୍ବର ବୋଲେରୋକୁ ମଧ୍ୟ ଜବତ କରିଛି।

Loading...