ଅନୁଗୁଳ

କୋଇଲାଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ

ତାଳଚେର, ୨୦/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ନିଯୁକ୍ତି ପ୍ରଦାନ ଦାବିରେ ତାଳଚେର ବ୍ଲକ ବନବାସପୁର ଓ ଡଅଁରା ଗ୍ରାମବାସୀ ପ୍ରଜାଙ୍କ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ହିଙ୍ଗୁଳା ଓ ବଳରାମ କୋଇଲାଖଣି ବନ୍ଦ ଆନ୍ଦୋଳନ ଆଜି ଅପରାହ୍ନରେ ପ୍ରତ୍ୟାହୃତ କରାଯାଇଛି। ଆଜି ଉଭୟ ଗ୍ରାମର ଜମିହରା ପ୍ରଜାଙ୍କ ସହ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ଏମ୍.ସି.ଏଲ୍ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଏକ ସମାଧାନୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ସମ୍ବନ୍ଧରେ ଉଭୟ ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏଥିସହିତ ଏମ୍.ସି.ଏଲ୍ ମୁଖ୍ୟାଳୟରୁ କାର୍ମିକ ନିର୍ଦ୍ଦେଶକ ଏଲ୍.ଏନ୍.ମିଶ୍ର ଆସନ୍ତା ଜୁଲାଇ ୧୦ତାରିଖ ସୁଦ୍ଧା ଉଭୟ ଗ୍ରାମର ଜମିହରା ପ୍ରଜାମାନଙ୍କର ଏଫ୍.ଡି କାର୍ଯ୍ୟ ସମାପ୍ତ କରି ନିଯୁକ୍ତି ପ୍ରଦାନ କରିବାକୁ ଏକ ଲିଖିତ ପ୍ରତିଶ୍ରୁତି ଇମେଲ୍ ମାଧ୍ୟମରେ ପ୍ରଦାନ କରିବାରୁ ଗ୍ରାମବାସୀମାନେ ଆଜି ଅପରାହ୍ନରେ ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ସନ୍ଧ୍ୟା ସୁଦ୍ଧା ଉଭୟ ଖଣିରୁ କୋଇଲା ଉତ୍ପାଦନ ସ୍ୱାଭାବିକ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top