ଅନୁଗୁଳ

କୋଇଲାଖଣି ବନ୍ଦ ଆନ୍ଦୋଳନ ଏକ ପ୍ରହସନ: ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ

ତାଳଚେର, ୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ୍.ର ବିଭିନ୍ନ କୋଇଲାଖଣିରେ ଏବେ ଜାରି ରହିଥିବା ଖଣି ବନ୍ଦ ଆନ୍ଦୋଳନ କେବଳ ଏକ ପ୍ରହସନ ପାଲଟିଛି ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜ କିଶୋର ସାହୁ ମତପ୍ରକାଶ କରିଛନ୍ତି। ଏଥିଯୋଗୁଁ ରାଜ୍ୟ ତଥା ଦେଶର ବିପୁଳ ରାଜସ୍ୱ ହ୍ରାସ ହେବା ସହ ଶ୍ରମିକମାନଙ୍କ ରୋଜଗାର ଉପରେ ଏହାର କୁପ୍ରଭାବ ପଡିଛି। ସାମୁହିକ ସ୍ୱାର୍ଥକୁ ଦୃଷ୍ଟି ଦିଆ ନଯାଇ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଏଭଳି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି। ତାଳଚେର ଏକ କୋଇଲାଖଣି ଅଂଚଳ ହୋଇଥିବାରୁ ଏହି କୋଇଲାଖଣି ଗୁଡିକରେ ଉତୋଳନଠାରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଠିକା ଶ୍ରମିକମାନେ ନିୟୋଜିତ ହୋଇଥାନ୍ତି। ଅନେକ ସମୟରେ ଶ୍ରମିକମାନଙ୍କର ଜୀବନ ସଙ୍କଟପୂର୍ଣ୍ଣ ଭିତରେ ଗତି କରୁଅଛି। ପରିବହନ ଏବଂ ଉତୋଳନ କାର୍ଯ୍ୟ ଠିକା ଶ୍ରମିକଙ୍କ ହାତରେ ଥିବା ହେତୁ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ନିଜର ସ୍ୱାର୍ଥ ହାସଲ ପାଇଁ ଏବଂ ନିଜର ସୁରକ୍ଷା ପାଇଁ ଖଣି ଭିତରେ କାର୍ଯ୍ୟରତ ନିରୀହ ଶ୍ରମିକଙ୍କୁ ଭୂଆଁ ବୁଲାଇ ସୁବିଧା ସୁଯୋଗ ଦେବା ବାହାନାରେ ସେମାନଙ୍କ ଜରିଆରେ ଆନ୍ଦୋଳନ କରିଥାନ୍ତି। କିନ୍ତୁ ଏହି ଆନ୍ଦୋଳନରେ ଶ୍ରମିକମାନଙ୍କର କେବେ ଲାଭ ହୋଇନାହିଁ। ବରଂ ତାର ବେତନ କଟାଯାଉଛି। ତେଣୁ ଶ୍ରମିକଙ୍କୁ ପ୍ରବର୍ତାଇ ଯେଉଁ ରାଜନେତାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସେମାନଙ୍କ ନିମନ୍ତେ କିଛି ପ୍ରଶ୍ନ ସହିତ ତାଳଚେରବାସୀଙ୍କୁ ଏ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ତାଳଚେର ପକ୍ଷରୁ ଆଗତ ସାମ୍ବାଦିକ ସମ୍ମିଳନୀ ମତବ୍ୟକ୍ତ କରାଯାଇଛି। ଶାସନ କଳ ନିଜ ହାତରେ ଥିବାବେଳେ ଶ୍ରମିକ ତା ହକ୍ ପାଇଁ ବା ନ୍ୟାର୍ଯ୍ୟ ଦାବି ପାଇଁ ଆନ୍ଦୋଳନକୁ କଣ ପାଇଁ ଓହ୍ଲାଉଛି ବୋଲି ସଙ୍ଗଠନ ପ୍ରଶ୍ନ କରିଛି। ତାଳଚେରର ବିଭିନ୍ନ କୋଇଲାଖଣିରେ କାର୍ଯ୍ୟରତ କୈାଣସି ଶ୍ରମିକ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ତାର ମୃତଦେହକୁ ଶେଷ କୃତ୍ୟ ପାଇଁ ସମ୍ମାନର ସହ ପରିବାରକୁ ହସ୍ତାନ୍ତର ନକରି ପରିବାରକୁ ଆଣି ଖଣି ଭିତରେ ଏବଂ ଜି.ଏମ୍. ଅଫିସ୍ ରେ କାହିଁକି ପକାଯାଉଛି ଏବଂ ମାସ ଗୁଡିକ ୩୦/୩୧ ଦିନିଆ ଥିବାବେଳେ ଶ୍ରମିକଙ୍କର ହାଜିରା ଖାତାରେ କାହିଁକି ୧୫ଦିନ ଦେଖାଯାଉଛି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି। ନିଜ ସ୍ୱାର୍ଥ ପାଇଁ ବା ରାଜ୍ୟ ଓ କେନ୍ଦ୍ରର ଟଣା ଓଟରାରେ ଆମ ଶ୍ରମିକ ମାନଙ୍କର ପେଟ ପାଟଣାକୁ ନେଇ ରାଜନୀତି ବନ୍ଦ କରାଯାଉ ବୋଲି ସେ କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ସାହୁଙ୍କ ସମେତ ଉପସଭାପତି ଭୂପେନ୍ କୁମାର ଥମ୍ବ, ବିଶ୍ୱରଞ୍ଜନ ପାଣି, ସଂଗ୍ରାମ କେଶରୀ କୁଅଁର, ରମେଶ ଦାସ, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top