କେନ୍ଦ୍ରାପଡ଼ା

କୈବର୍ତ୍ତ ସମାଜ ପକ୍ଷରୁ ବାର୍ଷିକ ଚକ୍ର ପୂଜା

କେନ୍ଦ୍ରାପଡା -୨୪/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସେବାରେ ଶୁଦ୍ର କୈବର୍ତ୍ତ ନିଜକୁ ସମର୍ପଣ କରି ଦେଇଛି। ବିଭିନ୍ନ ପୂଜା ପର୍ବରେ ନିଜର ବୃତ୍ତିକୁ ନେଇ ଠାକୁରଙ୍କ ସେବାରେ ନିୟୋଜିତଥିଲାବେଳେ ଅନ୍ୟ ସମୟରେ ସ୍ୱତନ୍ତ୍ର ପୂଜାନୀତିରେ ନିଜର ସ୍ୱତନ୍ତ୍ରତା ପରିପ୍ରକାଶ କରିଛି। ପ୍ରତିବର୍ଷ ପୈାଷ ଶୁକ୍ଳ ଷଷ୍ଠୀ ତିଥିରେ ଜିଲ୍ଲାର ବିଭିନ୍ନ ସ୍ଥାାନରୁ ନେତୃ ସ୍ଥାନୀୟ କୈବର୍ତ୍ତମାନେ ଶ୍ରୀବଳଦେବଜୀଉ ମନ୍ଦିରରେ ଏକାଠି ହୋଇ ନିଜ ସମ୍ପ୍ରଦାୟ ବିଷୟରେ ଚର୍ଚ୍ଚା ଓ ଆଲୋଚନା କରିବା ସହିତ ମନ୍ଦିର ପରିସରରେ ନିର୍ମିତ ମହାଲକ୍ଷ୍ମୀ ମନ୍ଦିରର ପରିଚାଳନା ସମ୍ପର୍କରେ ନିଷ୍ପତି ନେଇଥାନ୍ତି। ଏଥିସହିତ ସ୍ୱତନ୍ତ୍ର ପୂଜାବିଧି ମତ୍ତେ ଶ୍ରୀବଳଦେବଜୀଉ ମନ୍ଦିରର ନୀଳଚକ୍ର ପୂଜା କରିବା ସହ ନୂତନ ପତିତପାବନ ବାନା ବାନ୍ଧିଥାନ୍ତି। ଏହି ପରମ୍ପରା କ୍ରମେ ଚଳିତବର୍ଷ ମଙ୍ଗଳବାର ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ବାର୍ଷିକ ଚକ୍ର ପୂଜା ଓ ନୂତନ ନେତ ବନ୍ଧା କାର୍ଯ୍ୟ ମାହାଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବାର୍ଷିକ ବୈଠକରେ ମହାଲକ୍ଷ୍ମୀ ମନ୍ଦିର ପରିଚାଳନାରେ ଦେଖାଦେଇଥିବା ଆଇନଗତ ସମସ୍ୟାର ସମାଧାନ ଏବଂ ସମ୍ପ୍ରଦାୟର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲା କୈବର୍ତ୍ତ ସମାଜ ସମ୍ପାଦକ କୁଳମଣୀ ବେହେରା, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ବେହେରା, ସୁରେନ୍ଦ୍ର ବେହେରା, ଯୋଗେନ୍ଦ୍ର ବେହେରା, କିଶୋର ଚନ୍ଦ୍ର ବେହେରା, ଅଜୟ ଚୈାଧୁରି, ଦିଲ୍ଲିପ ମହାପାତ୍ର, ବଟକୃଷ୍ଣ ବେହେରା, ଦୀନବନ୍ଧୁ ତରାଇ, ହୃଦାନନ୍ଦ ବେହେରା, ଅନାମ ବେହେରା, ପ୍ରକାଶ ବେହେରା ପ୍ରମୁଖ ଶତାଧିକ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top