କୈବର୍ତ୍ତ ମହାସଙ୍ଘ ପକ୍ଷରୁ ବିଣ୍ଟିଜାଲ ବସାଳିଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା ୫/୧୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା କୈବର୍ତ୍ତ ମହାସଙ୍ଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସେମାନେ କୈବର୍ତ୍ତ ସଂପ୍ରଦାୟର ମତ୍ସ୍ୟଜୀବୀ ଏବଂ ସେମାନଙ୍କର କୈାଳିକ ବ୍ୃତ୍ତି ହେଲା ନଦୀରୁ ଜାଲ ବସାଇ ମାଛ ମାରି ଜୀବିକା ନିର୍ବାହ କରିବା ସହିତ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ କେତେକ ନ୍ୟସ୍ତସ୍ୱାର୍ଥ ବିଣ୍ଟିଜାଲ ବସାଳି ନଦୀରେ ଲଙ୍ଗର ପକାଇ ସେମାନଙ୍କ ଯାତାୟତ ପଥକୁ ଅବରୋଧ କରିବା ସହିତ ସେମାନେ ବସାଇଥିବା ଜାଲ ଗୁଡିକୁ ଛିଡାଇ ଦେଉଛନ୍ତି। ନଦୀରେ ପସୁଥିବା ବଡ ବଡ ମାଛଧରା ବୋଟ ଓ ବିଣ୍ଟିଜାଲ ବସାଳିମାନେ ଜାଲ ବସାଇ ମାଛ ମାରିବା ସହ ମିନି ଅଣ୍ଡା ଧରି ନେଉଛନ୍ତି। ଏହାଦ୍ୱାରା ସେମାନଙ୍କର ଅପୁରଣୀୟ କ୍ଷତି ସାଧନ ହେବା ସହିତ ଜୀବନ ଓ ଜୀବିକା ନିର୍ବାହରୁ ସେମାନେ ଭବିଷ୍ୟତରେ ବଂଚିତ ହେବାର ଆଶଙ୍କା ଦେଖାଦେଇଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବାକୁ କୈବର୍ତ୍ତ ମହାସଙ୍ଘର ମତ୍ସ୍ୟଜୀବୀ ବାବୁଲି ସୂାଇଁ, ରଞ୍ଜନ କୁମାର ବେହେରା, ରତ୍ନାକର ତରାଇ, ରଞ୍ଜନ ମାଝି, କବି ତରାଇ, ବାବାଜି ତରାଇ, ଉମେଶ ତରାଇ, ସୁରେଶ ମାଝି, କାଙ୍ଗାଳି ସାମଲ, ଶ୍ରୀଧର ପରିଡା, ବାବୁଲି ସେଠୀ, ଶୁକଦେବ ବେହେରା, ସୁଶାନ୍ତ ବେହେରା ପ୍ରମୁଖ ଶତାଧିକ ମତ୍ସ୍ୟଜୀବୀ ଜିଲ୍ଲାପାଳଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *